ଭିଜିଲାନ୍ସ ଜାଲରେ ବୌଦ୍ଧ ଟ୍ରେଜେରୀ ଅଫିସ୍ର କିରାଣି

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ୍): ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଅଫିସ୍ର କିରାଣି ନାରାୟଣ ମଲ୍ଲିକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଭିଜିଲାନ୍ସ ପକ୍ଷରୁ ନାରାୟଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ରେ ପ୍ରଗତି ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ରଜବିହାରୀ ମେହେର ୨୦୧୬ ନଭେମ୍ବର ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ । ତାଙ୍କର ବକେୟା ଇଏଲ୍ ବାବଽରେ ପାଇବାକୁ ଥିବା ୫ ଲକ୍ଷ ୭୯ ହଜାର ଟଙ୍କାର ବିଲ୍ ପାସ୍ କରିବା ପାଇଁ ସେ ଟ୍ରେଜେରୀ ଅଫିସ୍କୁ ବାରମ୍ବାର ଆସୁଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୧୦ ଘଣ୍ଟାରେ ଟ୍ରେଜେରୀ ଅଫିସ୍କୁ ଆସି କିରାଣି ଶ୍ରୀ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ । ବିଲ୍ ପାସ୍ କରାଇେଽବା ପାଇଁ ନାରାୟଣ ୫ ହଜାର ଟଙ୍କା ଽାବି କରିଥିଲେ । ଏନେଇ ଶ୍ରୀ ମେହେର ଭିଜିଲାନ୍ସ ଅଫିସ୍ରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଅପରାହ୍ନ ସାଢେ଼ ୪ଟାବେଳେ ଟ୍ରେଜେରୀ ଅଫିସ୍ର ମୁଖ୍ୟ ଫାଟକଠାରେ ଶ୍ରୀ ମଲ୍ଲିକ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଽ୍ୱାରା ଗିରଫ ହୋଇଥିଲେ । ଏଥିସହିତ ନାରାୟଣଙ୍କ ପୁରୁଣାକଟକ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଥିବା ଜଣାପଡ଼ିଛି । ଏହି ଚଢ଼ଉରେ ଭିଜିଲାନ୍ସ ଇନ୍ସପେକ୍ଟର କ୍ରିଷ୍ଣା କୁମାରୀ ପ୍ରଧାନ, ପୁଲସ୍ତି ଛତ୍ରିଆ, ଏଏସ୍ଆଇ ସୁବୋଧ ମିଶ୍ର, କନେଷ୍ଟବଳ ରବି କିରଣ, ରାମଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons