ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଓକିଲ

Get real time updates directly on you device, subscribe now.

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଜଣେ ଭିଜିଲାନ୍ସ କୋର୍ଟ ଓକିଲ । ଜଣେ ନିଲମ୍ବିତ ପୁଲିସ ଅଧିକାରୀଙ୍କ ଦୁର୍ନୀତି ମାମଲା ରଫାଦଫା କରିବା ଲାଗି ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ପେସାଲ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ (ପବ୍ଲିକ୍ ପ୍ରସିକୁ୍ୟଟର ବା ପିପି) ଆଶୁତୋଷ ମିଶ୍ର । ସୂଚନା ପାଇ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ କଟକରୁ ଆସି ଓକିଲ ଶ୍ରୀ ମିଶ୍ରଙ୍କୁ ଗିରଫ କରିବା ସହ ସେ ନେଇଥିବା ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି । ତେବେ ଜଣେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି । ଦୁର୍ନୀତିଗ୍ରସ୍ତଙ୍କ ଉପରେ ଲଗାମ ଲଗାଇବା ଲାଗି ଉଦ୍ଧିଷ୍ଟ ବ୍ୟବସ୍ଥାରେ ଦୁର୍ନୀତି ସରକାରୀ କଳର ସ୍ୱଚ୍ଛତା ଉପରେ ପ୍ରଶ୍ନଚିହ୍ନ ଲଗାଉଛି ବୋଲି ଚର୍ଚ୍ଚା ହେଉଛି ।
ଭିଜିଲାନ୍ସ ବିଭାଗର ସୂଚନାମତେ, ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସ୍ଆଇ ମଳୟ ରଣା (ନିଲମ୍ବିତ)ଙ୍କ ପୁରୁଣା ଦୁର୍ନୀତି ମାମଲା ଭବାନୀପାଟଣା ସ୍ପେସାଲ ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି । ଏହି ମାମଲାକୁ ରଫା ଦଫା କରିବା ପାଇଁ ପିପି ଆଶୁତୋଷ ମିଶ୍ର ଶନିବାର ତାଙ୍କ ରାଧାକ୍ରିଷ୍ଣନଗର (ଟିଭିସେଣ୍ଟରପଡ଼ା) ସ୍ଥିତ ବାସଗୃହରେ ଏଏସ୍ଆଇ ଶ୍ରୀ ରଣାଙ୍କ ଠାରୁ ୧ ଲକ୍ଷ ଟଙ୍କା ଟଙ୍କା ନେଉଥିଲେ । ଏ ବିଷୟରେ ପୂର୍ବରୁ ସୂଚନା ପାଇ ଭିଜିଲାନ୍ସ ଡିଜିଙ୍କ ନିଦେ୍ର୍ଧଶକ୍ରମେ କଟକ ଭିଜିଲାନ୍ସ ସ୍ୱତନ୍ତ୍ର ସେଲ୍ ଅତିରିକ୍ତ ଏସ୍ପି ପ୍ରକାଶ ନାୟକ ଏବଂ ମାଲକାନଗିରି ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରାଯାଇ ପିପି ଶ୍ରୀ ମିଶ୍ରଙ୍କୁ ରେଡ୍ ହ୍ୟାଣ୍ଡେଣ୍ଡ ଧରିଥିଲା । ଟିମ୍ରେ ୧୫ରୁ ଅଧିକାରୀ ସାମିଲ ଥିଲେ । ଆଶୁତୋଷ ମିଶ୍ର ନିଲମ୍ବିତ ଏଏସ୍ଆଇ ଠାରୁ ୩ ଲକ୍ଷ ଦାବି କରୁଥିଲେ ବୋଲି ଜେରା ବେଳେ ଜଣାପଡ଼ିଥିଲା । ଗିରଫଦାରି ପରେ ତାଙ୍କ ବାସଭବନର ମଧ୍ୟ ଯାଞ୍ଚ କରାଯାଇଛି । ଏସଂକ୍ରାନ୍ତରେ ଭିଜିଲାନ୍ସ ସେଲ୍ରେ କେସ୍ ନଂ ୨/୧.୭.୨୧ରେ ଏକ ମାମଲା ରୁଜୁ ହୋଇଛି । କଟକ ଦୁର୍ନୀତିନିବାରଣ ନିଦେ୍ର୍ଧଶାଳୟ ଏହାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons