ଭିଜିଲାନ୍ସ ଜାଲରେ ମହିଳା ସିଡିପିଓ

Get real time updates directly on you device, subscribe now.

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କୋକସରା ସିଡିପିଓ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ। ହାତରେ ଧରା ପଡିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ ଜୟନ୍ତୀ ମହାନ୍ତି ଲାଞ୍ଚ ନେଉଥିଲେ।
ମିଳିଥିବା ସୂଚନା ଅନୁସାରେ, ସୁନାମାଲ ଅଙ୍ଗନବାଡି କର୍ମୀ ଆରତୀ ଧଙ୍ଗଡାମାଝୀଙ୍କ ୩ ମାସର ଦରମା କରାଇ ଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଆରତୀ ପୂର୍ବରୁ ଏ ସଂପର୍କରେ ଭିଜିଲାନ୍ସ ଅଧିକାରୀଙ୍କ ଅବଗତ କରିଥିଲେ।
ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଛପି ରହିଥିଲା, ଲାଞ୍ଚ ନେବା ବେଳେ ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ଏହା ସହ ସେ ରହୁଥିବା ସରକାରୀ କ୍ବାଟରରୁ ୬୯ ହଜାର ମଧ୍ୟ ଜବତ ମଧ୍ୟ କରିଛି କଳାହାଣ୍ଡି ଭିଜିଲାନ୍ସ। ଲାଞ୍ଚ ନେବା ବେଳେ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ତାଙ୍କୁ ଧରିଥିଲା। ବର୍ତ୍ତମାନ ଜୟନ୍ତୀ ମହାନ୍ତିଙ୍କୁ କଳାହାଣ୍ଡି ଭବାନୀପାଟଣା ନିଆଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons