ମୟୂରଭଞ୍ଜ: ମୟୂରଭଞ୍ଜ ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଟିମ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ବର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଏହି ଚଢାଉ ଚାଲିଛି ।
ଆଜି ଭୋରରୁ ଭିଜିଲାନ୍ସ ଦୁର୍ଗାମାଧବଙ୍କ ବାରିପଦାସ୍ଥିତ ମୁର୍ଗାବାଡ଼ି ଭଡ଼ାଘର, ବାରିପଦାସ୍ଥିତ ଅଫିସ, ଭୁବନେଶ୍ବରର ଏକ ଫ୍ଲାଟରେ ଚଢାଉ କରିଛି । ଏହାସହ ତାଙ୍କର ନୟାଗଡ଼ସ୍ଥିତ ପୈତୃକ ଘରେ ମଧ୍ୟ ଚଢାଉ ହୋଇଛି ।
ତେବେ ଦୁର୍ଗମାଧବ ତାଙ୍କ ଭଡ଼ା ଘରେ ନାହାନ୍ତି। ସେ ଘରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି । ଫଳରେ ଭିଜିଲାନ୍ସ ଅଧିକାରୀ ତାଙ୍କ ଘର ଆଗରେ ଜଗି ରହିଛନ୍ତି । ତାଙ୍କ ଅଫିସରେ ଭିଜିଲାନ୍ସର ଏକ ଟିମ ଯାଂଚ ଜାରି ରଖିଛନ୍ତି। ସେଠାରୁ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସ ଜବତ କରିଥିବା ସୁଚନା ମିଳିଛି।
Comments are closed, but trackbacks and pingbacks are open.