ଛତ୍ରପୁର, (ବି.ବି.ନୁ୍ୟଜ୍): ତଳ ସ୍ତରରୁ କରୋନା ପରିଚାଳନା ସୁଦୃଢ ହେଲେ ସଂକ୍ରମଣ କମି ପାରିବ । ଜିଲ୍ଲାର ସମସ୍ତ ଅଞ୍ଚଳରେ ସ୍ୱାବ୍ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରାଯିବ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ କୋଭିଡ୍–୧୯ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଜିଳ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କୁ କୋଭିଡ୍ କେୟାର ସେଣ୍ଟରରୁ ଉଚ୍ଚ ଚିକିତ୍ସା ନିମନ୍ତେ ଶୀତଳାପଲ୍ଲୀ କିମ୍ବା ଏମ୍କେସିଜି ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରିବା ପରେ ସେମାନଙ୍କର ଚିକିତ୍ସା ପ୍ରତି ନଜର ରଖିବାକୁ ସମସ୍ତଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ପ୍ରଦାନ କରିଥିଲେ । ଆକ୍ଟିଭ୍ କଣ୍ଟାକ୍ଟ ତାଲିକା ନିଜ ପାଖରେ ରଖନ୍ତୁ ଏବଂ ସେଗୁଡିକର ପରିଚାଳନା ବରାବର କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ।
ସାମାଜିକ ଦୂରତା ବଜାୟ ରଖିବା ଦିଗରେ ନିୟମ କଡ଼ାକଡ଼ି ପାଳନ କରାଯିବ । ବଜାର କମିଟି ସହ ଆଲେଚନା କରି ପଞ୍ଚ ସୂତ୍ରୀ କାର୍ଯ୍ୟକାରୀ ଉପରେ ନଜର ରଖନ୍ତୁ । ହୋମ୍ ଆଇସୋଲେସନ୍ରେ ଥିବା ସଂକ୍ରମିତ ବ୍ୟକ୍ତି ଠିକ୍ ନିୟମ ପାଳନ କରୁଛନ୍ତି ନାଁ ନାହିଁ ତାହା ଲଗାତର ଅନୁଧ୍ୟାନ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ବାରଣ କରାଯାଇଛି । ସେହି ଅଞ୍ଚଳର ବାସୀନ୍ଦାଙ୍କ ନିମନ୍ତେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ ପରିଚାଳନାକୁ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ କହିଥିଲେ । ସେହି ଅଞ୍ଚଳରେ ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ଯାଞ୍ଚ କାର୍ଯ୍ୟ ପରିଚାଳନାକୁ ସୁଦୃଢ କରିବାକୁ ଗୁରୁତ୍ୱ ଦେଇଛନ୍ତି । କୋଭିଡ୍ ଚିକିତ୍ସା ନିମନ୍ତେ ଅrିଜେନ ଅଭାବ ନାହିଁ । କେଉଁ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଅrିଜେନ ଆବଶ୍ୟକ ତାହା ଡାକ୍ତର ନିର୍ଦ୍ଧାରଣ କରିବେ ।
ଭିଡିଓ କନଫରେନ୍ସିଂରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡେପୁଟି କଲେକ୍ଟର ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.