ଭିଡିଓ କନଫରେନ୍ସିଂରେ ସମୀକ୍ଷା କଲେ ଜିଲ୍ଲାପାଳ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ଆକ୍ଟିଭ୍ କେସ୍ ଥିବା ଅଞ୍ଚଳରେ ଜିରୋ କରିବାକୁ ଉଦ୍ୟମ ନିଆଯିବ । ପଜିଟିଭ୍ ଶୂନ ଥିବା ଗ୍ରାମଗୁଡିକ ଗ୍ରୀନ୍ ଜୋନ୍ ଘୋଷଣା ହେବ । ଏଣୁ ଗ୍ରାମାଞ୍ଚଳ ଲୋକ ଅଧିକ ସତର୍କ ରୁହନ୍ତୁ । ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ କୋହଳ କରାଯାଇଛି । ଏଣୁ ବାହାରୁ ଆସୁଥିବା ବ୍ୟକ୍ତି ଓ ପ୍ରବାସୀଙ୍କ ଦ୍ୱାରା ସଂକ୍ରମଣ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଚସୂତ୍ରୀ ପାଳନ ଜରୁରି । ଆଜି ପୂର୍ବାହ୍ନରେ ଛତ୍ରପୁର ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ,ବିଇଓ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଭଳି ବର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ଗ୍ରାମ ସ୍ତରରେ ଗଠିତ ଗ୍ରାମ୍ୟ କମିଟିର ଭୂମିକା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ । ଗାଁ ଲୋକ ହିଁ ଯିବା ଆସିବା ଲୋକଙ୍କ ଉପରେ ନଜର ରଖି ପାରିବେ । ଗାଁ କମିଟି ଯେତେ ସତର୍କତା ଅବଲମ୍ବନ କରି କାର୍ଯ୍ୟ କରିବ ତାଙ୍କ ଗ୍ରାମ ସେତେ କରୋନା ସଂକ୍ରମଣରୁ ମୁକ୍ତ ରହିବ । ଏଣୁ ଗ୍ରାମାଞ୍ଚଳ ସ୍ତରରୁ ପରିଚାଳନାକୁ ସଠିକ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଜଣାଇଥିଲେ ।
କୋହଳ ନୀତି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଞ୍ଚଳରେ ଲାଗୁ ହେବନାହିଁ । କଣ୍ଟେନମେଣ୍ଟ ଜୋନ୍ ଘୋଷିତ ଅଞ୍ଚଳରେ ଆର୍ଆର୍ଟି ଟେଷ୍ଟ ଓ କରୋନା ସଂକ୍ରମିତ ଲକ୍ଷଣ ଯାଞ୍ଚ ଚାଲିବ । ହୋମ୍ ଆଇସୋଲେସନ୍ରେ ଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିବ । ହୋମ୍ ଆଇସୋଲେସନ୍ରେ ରହିଥିବା ବ୍ୟକ୍ତି ମଧୁମେହ ରୋଗରେ ପୀଡ଼ିତ ଥିଲେ ତାଙ୍କୁ ହୋମ୍ ଆଇସାଲେସନ୍ରେ ନରଖି କୋଭିଡ୍ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ । ଧର୍ମାନୁÂାନ ଖୋଲିବା ନିମନ୍ତେ ବାରଣ କରାଯାଇଛି । ପଞ୍ଚସୂତ୍ରୀ ନିୟମ ଆହୁରି କଡ଼ାକଡ଼ି ପାଳନ ହେବ । ଆସନ୍ତା ସେପ୍ଟେମ୍ବରରେ ସମସ୍ତ କାର୍ଯ୍ୟାଳୟ ଜନସାଧାରଣଙ୍କ ନିମନ୍ତେ ଖୋଲାଯିବା ଯୋଜନା ରହିଛି । ବିଡିଓ ପୂର୍ବାହ୍ନରେ କୋଭିଡ୍ ପରିଚାଳନା କାର୍ଯ୍ୟ ଓ ଅପରାହ୍ନରେ ନରେଗା ଓ ଚାରାରାପଣ କାର୍ଯ୍ୟ କରିବେ । ସେହିପରି ତହସିଲଦାର ପୂର୍ବାହ୍ନରେ କୋଭିଡ୍ କାର୍ଯ୍ୟ ଓ ଅପରାହ୍ନରେ ରାଜସ୍ୱ କାର୍ଯ୍ୟରେ ନିୟୋଜିତ ହେବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଲୋକଙ୍କ ଜୀବନ ଜୀବିକା ନିମନ୍ତେ ସକାଳ ୫ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ କୋହଳ କରାଯାଇଛି । କରୋନା ସଂକ୍ରମଣ ରହିଛି, ଏଣୁ ସତର୍କତା ଅବଲମ୍ବନ ଜରୁରି । ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ୍ କରି ଜୀବନ ଜୀବିକା ଚଳାଇ ନେବାକୁ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଆକ୍ଟିଭ୍ କେସ୍ ଶୂନ୍ୟ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତ୍ୱ, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ଲାଜମା ଦାନ, ଆଡମିଶନ୍, ଡିସଚାର୍ଜ ଓ ମୃତୁ୍ୟ ଜନିତ ସମସ୍ତ ବିଷୟ ନେଇ ଆଜି ଆଲୋଚନା ହୋଇଥିଲା । ଭିଡିଓ କନଫରେନ୍ସିଂରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ଇଂ. ସିଦ୍ଧାର୍ଥ ଶଂକର ସ୍ୱାଇଁ, ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରେୟ ଭାଉସାହେବ, ଡୁଡା ପ୍ରକଳ୍ପ ନିଦେ୍ର୍ଧଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଆର୍. ଜଗଦୀଶ ପଟ୍ଟନାୟକ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରିକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons