ଭିଡିଓ କନଫରେନ୍ସିଂରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଘୋଷଣା

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ରାଜ୍ୟ ସରକାରଙ୍କ ଆକାଂକ୍ଷା ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛି ଗୁଣପୁର ସହରର ଐତିହାସିକ ସରକାରୀ ଶତାୟୁ ହାଇସ୍କୁଲ । ଏହାର ଭିତ୍ତିଭୂମି ବିକାଶ ପାଇଁ ମିଳିବ ୪୫ ଲକ୍ଷ ଟଙ୍କାର ଅନୁଦାନ । ଆଜି ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପୁରାତନ ଛାତ୍ରମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ । ଗୁଣପୁରର ଏହି ପୁରାତନ ବିଦ୍ୟାଳୟ ସମେତ ରାୟଗଡ଼ା ଜିଲ୍ଲାର ରାମନାଗୁଡା, ଦୁର୍ଗୀ, କଲ୍ୟାଣସିଂପୁର, କାଶୀପୁର, ରାୟଗଡା ବାଳିକା ଉଚ୍ଚବିଦ୍ୟାଳୟ ଏବଂ ଗୁଡାରୀ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଛି । ଏସବୁ ସ୍କୁଲକୁ ମଧ୍ୟ ସମାନ ସୁବିଧା ପ୍ରଦାନ କରାଯିବ ।
ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସମେତ ଏସବୁ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ପାଣ୍ଡିଆନ୍ । ବିଦ୍ୟାଳୟକୁ ନିଜର ଭାବି କିଭଳି ଉନ୍ନତି ହୋଇପାରିବ ଏବଂ ପ୍ରତି ଟଙ୍କାକୁ ଗୁରୁତ୍ୱ ଦେଇ ଖର୍ଚ୍ଚ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାର ଏହି ୭ଟି ବିଦ୍ୟାଳୟ ମଧ୍ୟରୁ ଯାହାକୁ ଅଧିକ ମଡେଲ ବିଦ୍ୟାଳୟ କରାଯାଇପାରିବ, ତାକୁ ପୁରସ୍କୃତ କରାଯିବ ବୋଲି ସେ କହିଥିଲେ । ଗୁଣପୁର ଶତାୟୁ ହାଇସ୍କୁଲର ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଡ. ସତ୍ୟ ନାରାୟଣ ରଥ ଓ ସମ୍ପାଦକ ଅକ୍ଷୟ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ହାଇସ୍କୁଲରେ ମଡେଲ କ୍ଲାସ୍ରୁମ୍, ଇ ଲାଇବ୍ରେରୀ, ଉଚ୍ଚମାନର ବିଜ୍ଞାନଗାର, ମଲ୍ଟି ସେମିନାର ହଲ୍, ଖେଳ ପଡିଆର ପୁନରୁଦ୍ଧାର ଏବଂ ଗୁଣବତ୍ତା ଶିକ୍ଷାଦାନ କରିବା ଲାଗି ଯୋଜନା ରହିଥିବା ଜଣାଇଥିଲେ । ଅଭିଯାନରେ ଶତାୟୁ ହାଇସ୍କୁଲକୁ ସାମିଲ କରାଯାଇଥିବାରୁ ୫-ଟି ସଚିବ ଓ
ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ସହ ପୁରାତନ ଛାତ୍ରମାନେ ଧନ୍ୟବାଦ ଜଣାଇଥିଲେ । ଭିଡିଓ କନଫରେନ୍ସିଂ ବେଳେ ଉପଜିଲ୍ଲାପାଳ ଜେ. ସୋନାଲ କୁମାର, ବିଡିଓ ଶାନ୍ତିପ୍ରଭା ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ, ଗୋÂୀ ଶିକ୍ଷାଧିକାରୀ ଅନ୍ତର୍ଯ୍ୟାମୀ ବେହେରା, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଶାଙ୍କ ଦାସ, ଶିକ୍ଷକ କଲ୍ୟାଣ ଦୋରା, ତ୍ରିପତି ମିଶ୍ର, ପୁରାତନ ଛାତ୍ର ରଂଜିତ ପାଢି, ସଂଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons