ଭିଡିଓ କନ୍ଫରେନ୍ସିଂରେ ନିରୀକ୍ଷଣ କରିବ ଏମ୍ସିଆଇ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଗତ ୬ତାରିଖରୁ ଆରମ୍ଭ ହୋଇଥିବା ଏସ୍ସିବି ମେଡିକାଲ କଲେଜ୍ ପିଜି ପାଠ୍ୟକ୍ରମର ଶେଷ ବର୍ଷ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି । ଥିଓରି ପରୀକ୍ଷା ପରେ ଆସନ୍ତା ମଙ୍ଗଳବାର ତଥା ୧୬ତାରିଖରୁ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । କରୋନା ସଂକ୍ରମଣ ଆଶଙ୍କା ଏବଂ ଲକ୍ ଡାଉନ୍ ଆଦି ସମସ୍ୟାକୁ ଦୃଷ୍ଟିରେ ରଖି ମେଡିକାଲ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ଏମ୍ସିଆଇ) ପକ୍ଷରୁ ଜାରି କରାଯାଇଥିବା ସ୍ୱତନ୍ତ୍ର ନିଦେ୍ର୍ଧଶାବଳୀ(ଏସ୍ଓପି) ଅନୁସାରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବା ଲାଗି ବ୍ୟବସ୍ଥା ହୋଇଛି ବୋଲି ମେଡିକାଲ କଲେଜ୍ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ମହାନ୍ତି କହିଛନ୍ତି ।
କରୋନା ସମୟରେ ପ୍ରାକ୍ଟିକାଲ୍ ପରୀକ୍ଷା ପରିଚାଳନାଗତ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଆସି ହେଉନଥିବାରୁ ପ୍ରଥମ ଥର ପାଇଁ ଏମ୍ସିଆଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେତେକ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ନିରୀକ୍ଷଣ କରିବ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ସମସ୍ତ ବିଭାଗର ପ୍ରାକ୍ଟିକାଲ୍ ପରୀକ୍ଷା ଆସନ୍ତା ୨୯ ତାରିଖ ମଧ୍ୟରେ ଶେଷ ହେବ ବୋଲି କଲେଜ କର୍ତ୍ତୃପକ୍ଷ ସ୍ଥିର କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ, ମୋଟ ୨୨ଟି ବିଭାଗର ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ । କରୋନା ସ୍ଥିତିକୁ ଦୃଷ୍ଟିରେ ପ୍ରାକ୍ଟିକାଲ୍ ପରୀକ୍ଷା ପରିଚାଳନା ନିମନ୍ତେ ଏକ୍ସଟରନାଲ୍ ନିୟୋଜିତ କରାଇବା କ୍ଷେତ୍ରରେ ଏମ୍ସିଆଇ ପୂର୍ବ ନୀତିରେ ପରିବର୍ତ୍ତନ କରିଥିବାରୁ ଏଥର ରାଜ୍ୟ ବାହାରୁ କୌଣସି ଏକ୍ସଟରନାଲ୍ ଆସୁନଥିବା ସୂଚନା ମିଳିଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଏସ୍ସିବି ମେଡିକାଲର ପ୍ରାକ୍ଟିକାଲ୍ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ବ୍ରହ୍ମପୁର ସ୍ଥିତ ଏମ୍କେସେଜି ଏବଂ ବୁର୍ଲାସ୍ଥିତ ଭିମ୍ସାର୍ ମେଡିକାଲ କଲେଜ୍ରୁ ଏକ୍ସଟର୍ନାଲ୍ ଆସିବା ଲାଗି ସ୍ଥିର ହୋଇଛି । ରାଜ୍ୟ ଭିତର ମେଡିକାଲ କଲେଜ୍ରୁ ଏକ୍ସଟରନାଲ୍ ଆସିଲେ ମଧ୍ୟ ଏମ୍ସିଆଇ ପ୍ରାକ୍ଟିକାଲ ପରୀକ୍ଷା ବ୍ୟବସ୍ଥା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଧ୍ୟାନ କରିବ । ୨୨ଟି ବିଭାଗ ମଧ୍ୟରୁ ମେଡିସିନ୍, ସର୍ଜରୀ, ରେଡିଓଲୋଜି, ଚର୍ମ ଓ ଯୌନ ରୋଗ ବିଭାଗ, ଅର୍ଥୋପେଡିକ୍ ଓ ମାନସିକ ରୋଗ ଆଦି ୮ଟି ବିଭାଗରେ ଏମ୍ସିଆଇ ଭିଡିଓ କନ୍ଫରେନସିଂ ମାଧ୍ୟମରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିଲାଗି ମେଡିକାଲ କଲେଜ ପକ୍ଷରୁ ଆଗୁଆ ବନେ୍ଦାବସ୍ତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons