ଭିତରକନିକାରେ ବିଦେଶୀ ପକ୍ଷୀ ମୃତ ବାର୍ଡ ଫ୍ଲୁ!

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ସାରା ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ବିଦେଶରୁ ଆସୁଥିବା ଆଗନ୍ତୁକ ପକ୍ଷୀମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସନେ୍ଦହ କରାଯାଉଛି । ଭିତରକନିକା, ଚିଲିକା ଏବଂ ନନ୍ଦନକାନନରେ ବିଦେଶାଗତ ପକ୍ଷୀଙ୍କ ସମାବେଶ ହେଉଥିବାରୁ ସେମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ରାଜ୍ୟ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଭିତରକନିକା ଜାତୀୟ ଉଦ୍ୟାନର ଆର୍ଦ୍ରଭୂମି ଅଞ୍ଚଳରେ ହିମାଳୟ ପାଦଦେଶରୁ ଆସିଥିବା ବିଦେଶାଗତ ପକ୍ଷୀଙ୍କ ମଧ୍ୟରୁ କେତେକ ବାର୍ଡ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିବା ସନେ୍ଦହ କରାଯାଉଛି । ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବରୁଣେଇ ମୁହାଣଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା କୋଇଲିପୁର ପଞ୍ଚାୟତର ବଡପଲ୍ଲୀଠାରେ ଦୁଇଟି ବିଦେଶାଗତ ପକ୍ଷୀ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି । ମୃତ ପକ୍ଷୀ ଦୁଇଟିକୁ କୁଆ, କୁକୁର ଖାଉଥିବା ନଜରକୁ ଆସିଛି । ବିଦେଶାଗତ ପକ୍ଷୀ ମରି ପଡିଥିବା ଖବର ପାଇ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚôବା ବେଳକୁ ମୃତ ପକ୍ଷୀଙ୍କୁ କୁକୁର ଟାଣି ନେଇ ସାରିଥିଲା । ବିଦେଶୀ ପକ୍ଷୀଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ରାଜନଗର ପ୍ରାଣୀ ଚିକିତ୍ସାଧିକାରୀ ରାଜନଗର ଡିଏଫ୍ଓଙ୍କୁ ଚିଠି ଲେଖି ବିଦେଶୀ ପକ୍ଷୀଙ୍କ ସାମ୍ପଲ୍ ସଂଗ୍ରହ ପାଇଁ ଅନୁମତି ଲୋଡିଛନ୍ତି । ବିଦେଶୀ ପକ୍ଷୀ ଭିଡ ଜମାଇଥିବା ସ୍ଥାନରୁ ପକ୍ଷୀଙ୍କ ମଳ ଓ ପାଣି ପିଉଥିବା ସ୍ଥାନରୁ ପାଣି ସାମ୍ପଲ୍ ସଂଗ୍ରହ ପାଇଁ ଚିଠି ଲେଖିଛନ୍ତି । ଡିଏଫଓଙ୍କ ଅନୁମତି ମିଳିବା ପରେ ଭିତରକନିକାରୁ ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ଏହା ବାଦ ରାଜନଗର ବ୍ଲକର ବିଭିନ୍ନ ସ୍ଥାନରୁ ୨୧ଟି କୁକୁଡ଼ାର ଲାଳ, ରକ୍ତ, ତଣ୍ଟିର ସ୍ୱାବ ସଂଗ୍ରହ କରାଯାଇ ଫୁଲନଖରାସ୍ଥିତ ଆନିମଲ୍ ଡିଜିଜ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ୍କୁ ପଠାଯାଇଛି । ସେଠାରୁ ଏହି ସାମ୍ପଲ୍ ପରୀକ୍ଷା ପାଇଁ ଭୋପାଳ ପଠାଯିବ । ରିପୋର୍ଟ ଆସିବା ପରେ ରାଜନଗରରେ ବାର୍ଡ ଫ୍ଲୁ’ ହୋଇଛି କି ନାହିଁ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons