ନୀଳଗିରି: ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ତ୍ରୀ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗ୍ରାମରେ । ଗ୍ରାମର ଗୁରୁବାରୀ ସିଂ ତାଙ୍କ ସ୍ୱାମୀ ବୁଟୁ ସିଂଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି ।
ଗୁରୁବାରି ଓ ବୁଟୁ ଉଭୟ ଦିନ ମଜୁରିଆ । ବୁଟୁ ଭିନ୍ନକ୍ଷମ । ଅଭାବ ଅନଟନ ନେଇ ପ୍ରାୟତଃ ପରିବାରେ ଝଗଡ଼ା ହୁଏ । ଗତ ଶୁକ୍ରବାର ରାତିରେ ମଧ୍ୟ ବୁଟୁ କାମରୁ ଘରକୁ ଫେରିବା ପରେ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା । ଗୁରୁବାରିଙ୍କ ଚରିତ୍ରକୁ ସନେ୍ଦହ କରି ବୁଟୁ ଗାଳିଗୁଲଜ କରିଥିଲା । ଏପରିକି ତାଙ୍କ ଝିଅକୁ ମଧ୍ୟ ଗାଳିଗୁଲଜ କରିଥିଲା । ଗୁରୁବାରୀ ଏପରି କଟୁ କଥା ସହି ନପାରି ପାଖରେ ପଡ଼ିଥିବା କୋଦାଳ ବେଣ୍ଟରେ ବୁଟୁ ମୁଣ୍ଡକୁ ବାରମ୍ବାର ଶକ୍ତ ପ୍ରହାର କରିଥିଲେ । ପ୍ରବଳ ରକ୍ତସ୍ରାବ ହେତୁ ବୁଟୁ ସେଠାରେ ପ୍ରାଣ ହରାଇଥିଲେ । ଶନିବାର ସକାଳେ ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗୁରୁବାରୀଙ୍କୁ ପଚରାଉଚୁରା କରିଥିଲେ । ସେ ସମସ୍ତ ଘଟଣାକୁ ସ୍ୱୀକାର କରିଥଲେ । ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଏନେଇ ମୃତକଙ୍କ ଶାଳକ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ୧୩୯ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତ ଗୁରୁବାରୀଙ୍କୁ ଗିରଫ କରିଛି । ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.