ବାଲେଶ୍ୱର,(ବି.ବି.ନୁ୍ୟଜ୍): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତୁ୍ୟ ଘଟଣା ଭିନ୍ନ ମୋଡ଼ ନେଇଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ରହସ୍ୟମୟୀ ଯୁବତୀ କୁହାଯାଉଥିବା ଚିନ୍ମୟୀ ମହାପାତ୍ର ଏବେ ଥାନା ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସମାଜସେବୀ ବିସ୍ମିତ୍ ଦାଶ, ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ଏକ ବୈଦୁ୍ୟତିକ ଗଣମାଧ୍ୟମ ସଂସ୍ଥା ବିରୋଧରେ ଖଇରା ଥାନରେ ଏତଲା ଦେଇଛନ୍ତି । ମିଥ୍ୟା ଅଭିଯୋଗ, ମିଥ୍ୟା ଖବର ପ୍ରଚାର କରି ତାଙ୍କ ମାନସମ୍ମାନର ହାନି କରାଯାଇଥିବା ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଛନ୍ତି ।
ସୂଚନା ଅନୁସାରେ, ଆଦିତ୍ୟ ଦାଶଙ୍କ ମୃତୁ୍ୟ ଘଟଣାରେ ଜଣେ ରହସ୍ୟମୟୀ ସାଇକୋ ଲେଡିର ପ୍ରଚ୍ଛଦ ହାତ ଥିବା ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ, ବାଲେଶ୍ୱର ଅଞ୍ଚଳର ସମାଜସେବୀ ବିସ୍ମିତ୍ ଦାଶ ନିକଟରେ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ପରେ ଏହି ରହସ୍ୟମୟୀ ଯୁବତୀଙ୍କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା । ତାଙ୍କ ନାଁରେ ବିଭିନ୍ନ ଅପପ୍ରଚାର ସହ ସାଇକୋ ଲେଡିର ଆଖ୍ୟା ଦିଆଯାଇଥିଲା । ଏହି ଯୁବତୀ ଜଣକ ଖଇରା ଅଞ୍ଚଳର ବୋଲି ଜଣାପଡ଼ିବା ପରେ ଚିନ୍ମୟୀ ମହାପାତ୍ର ଚର୍ଚ୍ଚାକୁ ଆସିଥିଲେ । ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ସହ ସାଇକୋ ରୋଗୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ । ଏପରିି ମିଥ୍ୟା ଅଭିଯୋଗ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।
ପୂର୍ବ ଚେତାବନୀ ଅନୁଯାୟୀ, ଗତ ଶନିବାର ରାତିରେ ଚିନ୍ମୟୀ ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପତ୍ରରେ ବିସ୍ମିତ, ବିଦ୍ୟାଶ୍ରୀଙ୍କ ନାମ ସେ ଉଲ୍ଲେଖ କରିଛନ୍ତି । ଅଭିଯୋଗ କରିଛନ୍ତି, ଆଦିତ୍ୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବିସ୍ମିତ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ । ଆଦିତ୍ୟଙ୍କ ମୃତୁ୍ୟ ପରେ କ୍ରାଇମବ୍ରାଞ୍ଚର ପରିଚୟ ଦେଇ ବିସ୍ମିତ ତାଙ୍କ ସହ ରାତିରେ ଫୋନ୍ରେ କଥାବାର୍ତ୍ତା କରୁଥିଲେ । ତାଙ୍କ ପ୍ରତି ଆକର୍ଷିତ କରିବା ପାଇଁ ସେ ହ୍ୱାଟ୍ସଆପରେ ବିଭିନ୍ନ ମେସେଜ ପଠାଉଥିଲେ । କେବଳ ଏତିକି, ନୁହେଁ ମଧ୍ୟରାତ୍ରରେ ଭିଡିଓ କଲ୍ କରି ତାଙ୍କ ସଙ୍ଗଠନ “ଆଚ୍ଛା’ରେ ଯୋଗ ଦେବାକୁ କହିଥିଲେ । ଦିନକୁ ଦିନ ବିସ୍ମିତ୍ଙ୍କ ଏଭଳି ବ୍ୟବହାର ଅସହ୍ୟ ହେବାରୁ ଚିନ୍ମୟୀ ତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ । “ଆଚ୍ଛା’ରେ ଯୋଗଦାନ ନ କରିବାକୁ ସେ ମନା କରି ଦେଇଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ବିସ୍ମିତ୍ ସାଇକୋ ଲେଡି ସଜାଇବାକୁ ଏଭଳି ମିଥ୍ୟା ଜାଲ ବିଛାଇଥିବା ଚିନ୍ମୟୀ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
ସେହିପରି ଏହି ମାମଲାରୁ ନିଜକୁ ନିଦେ୍ର୍ଧାଶ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବା ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଗଣମାଧ୍ୟମରେ ସମ୍ମାନ ହାନି ହେବା ଭଳି ଅନେକ କଥା କହିଥିବା ଚିନ୍ମୟୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଗଣମାଧ୍ୟମରେ ବିଦ୍ୟାଶ୍ରୀ ତାଙ୍କୁ ବ୍ଲାକମେଲର, ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିବା ଭଳି ମନଗଢ଼ା କହାଣୀ କହିଥିବା ଚିନ୍ମୟୀ ଏହି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ସେହିପରି ଏକ ରାଜ୍ୟସ୍ତରୀୟ ବୈଦୁ୍ୟତିକ ଗଣମାଧ୍ୟମ ଘଟଣାର ନିରପେକ୍ଷ ତଦନ୍ତ ନ କରି ତାଙ୍କୁ ସାଇକୋ ଲେଡି ଭାବେ ମଧ୍ୟ ଉପସ୍ଥାପନା କରିଥିଲା । ଏହା ଦ୍ୱାରା ତାଙ୍କ ମାନସମ୍ମାନର ହାନି ଘଟିଥିବା ଚିନ୍ମୟୀ ଅଭିଯୋଗପତ୍ରରେ ଉଲ୍ଲେଖ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।
ଚିନ୍ମୟୀଙ୍କ ଅଭିଯୋଗକ୍ରମେ ଖଇରା ଥାନାରେ କେସ୍ ନଂ ୧୮୪/୨୦ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି । ଅପରପକ୍ଷରେ ଚିନ୍ମୟୀଙ୍କ ଅଭିଯୋଗକୁ ବିସ୍ମିତ୍ ଖଣ୍ଡନ କରିଛନ୍ତି । କୌଣସି ଗଣମାଧ୍ୟମରେ ଚିନ୍ମୟୀଙ୍କ ନାମ ନେଇ ସାଇକୋ ଲେଡି ବୋଲି ଉଚ୍ଚାରଣ କରି ନ ଥିବା ସେ ପ୍ରକାଶ କରିଛନ୍ତି । ଏନେଇ ପ୍ରମାଣ ଉପସ୍ଥାପନ କରିବାକୁ ଚିନ୍ମୟୀଙ୍କୁ ସେ ଚ୍ୟାଲେଞ୍ଜ କରିଛନ୍ତି ।
Comments are closed, but trackbacks and pingbacks are open.