ଭିସୁଟ୍ରେ ଛାତ୍ର ଅଶାନ୍ତି:ରାତିଅଧରେ କୁଳପତିଙ୍କ ବାସଭବନ ଘେରିଲେ

Get real time updates directly on you device, subscribe now.

ବୁର୍ଲା,(ବି.ବି.ନ୍ୟୁଜ୍): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କୁଳପତିଙ୍କ ବହିଷ୍କାର ଦାବିରେ ଗୋଟିଏ ପଟେ ସମସ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟ ପଟେ ଆଜି ଛାତ୍ରମାନେ ସେମିଷ୍ଟାର୍ ପରୀକ୍ଷାରେ ବ୍ୟାକ୍ ଲାଗିଥିବା ଅଭିଯୋଗ କରି ରାତିଅଧିଆ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ବାସଭବନ ଘେରାଉ କରିଥିଲେ । ଭିସୁଟର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟାର୍ର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କ ଇଞ୍ଜିନିୟରିଂ ମେକାନିକ୍, ଗଣିତ ଦ୍ୱିତୀୟ ଭାଗ ଓ କେମେଷ୍ଟ୍ରିରେ ବ୍ୟାକ୍ ଲାଗିଥିବା ସୂଚନା ପାଇବା ପରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଛାତ୍ରମାନେ ଏହାର ସମାଧାନ ଦାବିରେ ରାତି ୮ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କୁଳପତିଙ୍କ ବାସଭବନ ଘେରାଉ କରିଥିଲେ ।
ଅନ୍ୟ ପକ୍ଷରେ ଉପରୋକ୍ତ ପରୀକ୍ଷାର ଫଳାଫଳ ବାହାରି ନଥିବା ଏବଂ ଅଧ୍ୟାପକ/ଅଧ୍ୟାପିକାଙ୍କ ଆନ୍ଦୋଳନ ଯୋଗୁଁ କୁଳପତି ବିଶ୍ୱବିଦ୍ୟାଳୟ ଭିତରକୁ ପଶିପାରୁ ନଥିବା ବେଳେ ବ୍ୟାକ୍ ଲାଗିବା ବିଷୟ ଛାତ୍ରଛାତ୍ରୀ କିପରି ଜାଣିପାରିଲେ ସେନେଇ କୁଳପତି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏନେଇ କୁଳପତି ପ୍ରଫେସର ଚୌଧିରୀ, ଡିନ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଏବଂ ପରୀକ୍ଷା ନିୟନ୍ତ୍ରକ ପି.କେ ସାହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଆଗାମୀ ୬ ତାରିଖ ପରୀକ୍ଷା ଫଳ ପ୍ରକାଶ ପରେ ସମାଧାନର ବାଟ ବାହାର କରିବା ନେଇ କୁଳପତି କହିବା ପରେ ଛାତ୍ରମାନେ ବିକ୍ଷୋଭରୁ ଓହରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons