ଭି-ଗାର୍ଡର ନୂଆ ୱାଟର ହିଟର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ନୂଆ ୱାଟର ହିଟର ଇରିସ୍ ମଡେଲର ବଜାର ପ୍ରବେଶ କରାଯାଇଛି । ୧୦ ଲିଟର ଏବଂ ୧୫ ଲିଟର କ୍ଷମତାବିଶିଷ୍ଟ ଏହି ୱାଟର ହିଟରରେ କମ୍ପାନି ୭ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି । କମ୍ପାନିର ଶାଖା ପ୍ରବନ୍ଧକ ସୁମନ୍ତ କୁମାର ପ୍ରଧାନ, ଷ୍ଟେଟ୍ ପ୍ରଡ଼କ୍ଟ ଇନ୍ଚାର୍ଜ ଶରତ ସାହୁ ଏବଂ ଭି-ଗାର୍ଡ ଟିମ୍ ଉପସ୍ଥିତିରେ ଏହାର ବଜାର ପ୍ରବେଶ ହୋଇଯାଇଛି ।
ଏହି ଅବସରରେ ପ୍ରାୟ ୪୦ ଜଣ ଚ୍ୟାନେଲ ପାର୍ଟନର ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ପ୍ରଧାନ ଉତ୍ପାଦର ବୈଶିଷ୍ଟ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଗତବର୍ଷ ତୁଳନାରେ ଚଳିତବର୍ଷ ଭି-ଗାର୍ଡ ଓଡ଼ିଶା ବଜାରରେ ଉତ୍ତମ ବିକ୍ରି ଅଭିବୃଦ୍ଧି ହାସଲ କରିବ । ରାଜ୍ୟବାସୀଙ୍କୁ କ୍ୱାଲିଟି ଉତ୍ପାଦ ଯୋଗାଇବା କମ୍ପାନିର ଲକ୍ଷ୍ୟ ବୋଲି ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons