ଭୁଜାଲିରେ ଆକ୍ରମଣ କରି ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୁରୁଜଙ୍ଗ ନିକଟରେ ଜୁଜାଲିରେ ଆକ୍ରମଣ କରି ଲୁଟ୍ ହୋଇଛି । ଫାଙ୍କା ଗୁଳି ଚାଳନା କରି ଖସିଗଲେ ଲୁଟେରା । ଲୁଟେରାଙ୍କ ଆକ୍ରମଣରେ ଫାଇନାନ୍ସ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଫାଇନାନ୍ସ କର୍ମଚାରୀ ଅନ୍ତର‌୍ୟ୍ୟାମୀ କୁମ୍ଭାର ।ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ଭାୟା ଫିନସର୍ଭ ଲିମିଟେଡ୍ ନାମକ ଏକ ଫାଇନାନ୍ସ କମ୍ପାନୀର କଲେକ୍ସନ ଏଜେଣ୍ଟ ଅନ୍ତର‌୍ୟ୍ୟାମୀ କୁମ୍ଭାର ଟଙ୍କା କଲେକ୍ସନ କରି ବାଇକ୍‌ ଯୋଗେ କାମାକ୍ଷାନଗରରୁ ଢେଙ୍କାନାଳ ଫେରୁଥିଲେ । ସେହି ସମୟରେ କଳା ପଲସର୍‌ରେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ନିକଟରୁ ୧୪ ହଜାର ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଗାଁ ଲୋକେ ଆସିଯିବାରୁ ଲୁଟେରାମାନେ ଫାଙ୍କା ଗୁଳିଚାଳନା କରି ଗ୍ରାମବାସୀଙ୍କୁ ଭୟଭୀତ କରି ଫେରାର ହୋଇଯାଇଥିଲେ । ଡିକିରେ ଥିବା ଟଙ୍କା ବ୍ୟାଗ୍‌କୁ ମଧ୍ୟ ନେଇ ପାରିଲେନି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons