ଭୁବନେଶ୍ୱରରେ ଆଉ ଦୁଇ ଶ୍ମଶାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ପରଠାରୁ ରାଜଧାନୀ ସତ୍ୟନଗର ଶ୍ମଶାନରେ ଶବଦାହ ପାଇଁ ଅଚଳାବସ୍ଥା ସୃଷ୍ଟି ହେଲାଣି । ଦିନକୁ ହାରାହାରି ୨୦ରୁ ୩୦ଟି ଶବଦାହ କରାଯାଉଛି । ଶ୍ମଶାନରେ ଥିବା ଗୋଟିଏ ବିଦୁ୍ୟତ୍ ଚୁଲାରେ ଶବ ଦାହ ସମ୍ଭବପର ହେଉନି । ବାଧ୍ୟ ହୋଇ କାଠ ଚୁଲା ବ୍ୟବହାର କରିବାକୁ ପଡୁଛି । ସେପଟେ କୋଭିଡ୍୍ ରୋଗୀଙ୍କ ଶବ ଦାହକୁ ନେଇ ଆପତ୍ତି ଉଠାଇଛି ସତ୍ୟନଗର ଲେଡିଜ୍ ଫୋରମ୍ । ଏ ନେଇ ଫୋରମ୍ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଛି । ତେବେ ସତ୍ୟନଗର ଶଶ୍ମାନ ଉପରେ ଚାପ କମାଇବା ପାଇଁ ସହରରେ ଖୁବ୍ଶୀଘ୍ର ଦୁଇ ନୂଆ ଶ୍ମଶାନ କାର୍ଯ୍ୟକ୍ଷମ ହେବ ବୋଲି ବିଏମ୍ସି କମିଶନର କହିଛନ୍ତି ।
ସତ୍ୟନଗର ଲେଡିଜ୍ ଫୋରମ୍ ଅଭିଯୋଗ ଦର୍ଶାଇଛି ଯେ, ଏହି ଅଞ୍ଚଳ ଏକ ଛୋଟ ଆବାସିକ ଅଞ୍ଚଳ । ଏଠାରେ ଅଧିକାଂଶ ଘରେ ବରିÂ ନାଗରିକମାନେ ରୁହନ୍ତି । ସେମାନେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଅତି ସମ୍ବେଦନଶୀଳ । କିନ୍ତୁ ଗତ କିଛି ମାସ ହେବ ସତ୍ୟନଗର ଅଞ୍ଚଳରେ ସଂକ୍ରମଣର ବିପଦ ଦେଖାଦେଇଛି । ସତ୍ୟନଗର ଶ୍ମଶାନରେ ଶବଦାହ ପାଇଁ ଅହରହ ଭିଡ ହେଉଛି । ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ଦାହ କରିବାକୁ ସ୍ଥାନୀୟ ପ୍ରଶାସନ ମନା କରିଛି । ଏଥିପାଇଁ ସତ୍ୟନଗରରେ ଅସମ୍ଭାଳ ଭିଡ ହେଉଛି । କୋଭିଡ୍ରେ ପ୍ରାଣ ହରାଉଥିବା ଲୋକଙ୍କ ଶବ ଆଣି ଏଠାରେ ଦାହ କରାଯାଉଛି । ଏଥିପାଇଁ ଦିନରାତି ଅଞ୍ଚଳରେ ଗହଳି ଜମୁଛି । ଛୋଟ ଶ୍ମଶାନ ହୋଇଥିଲେ ବି ଏଠାରେ କ୍ଷମତାଠାରୁ ଅଧିକ ଶବ ଦାହ କରାଯାଉଛି । ଏଥିପାଇଁ ଅଞ୍ଚଳରେ ବିପଜ୍ଜଜନକ ସ୍ଥିତି ସୃଷ୍ଟି ହେଲାଣି । ସଂକ୍ରମଣ ଭୟ ବଢିଲାଣି । ଏଣୁ ଅଞ୍ଚଳବାସୀଙ୍କ ମାନବାଧିକାରର ସୁରକ୍ଷା ସହ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଫୋରମ୍ର ସମ୍ପାଦିକା ଅନୁରାଧା ଦାସ ରାଜ୍ୟ ମାନବାଧିକାର କମିଶନଙ୍କୁ ଅନୁରୋଧ କରିଛନ୍ତି ।
ତେବେ ଫୋରମ୍ର ଉଦ୍ବେଗ ବିଷୟରେ ଅବଗତ ହେବା ପରେ ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି । ସତ୍ୟନଗର ଶ୍ମଶାନର ଉନ୍ନତୀକରଣ କାମ ଚାଲିଥିଲା । ଏହି କାମ ଏବେ ସରିଗଲାଣି । ସେହିଭଳି ପଟିଆରେ ଆଉ ଏକ ଶଶ୍ମାନରେ ଶବ ଦାହ ବ୍ୟବସ୍ଥା ହୋଇଛି । ଏଠାରେ ଗ୍ୟାସ୍ ଚୁଲାରେ ଦାହ କରାଯିବ । ସେହିଭଳି ଖଣ୍ଡଗିରିରେ ଏକ ଘରୋଇ ସଂସ୍ଥା କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ତୁଲାଇ ବିଦୁ୍ୟତ୍ ଚୁଲା ବ୍ୟବସ୍ଥା କରିଛି । ଏହା ସହଯୋଗରେ ବିଏମ୍ସି ଏହି ଚୁଲା ବ୍ୟବହାର କରି ଶବ ଦାହ କରିବ । ସ୍ୱର୍ଗଦାରରେ ଶବ ଦାହ ବନ୍ଦ ଥିବାରୁ ସତ୍ୟନଗର ଉପରେ ଚାପ ପଡୁଛି । ଏହି ସମସ୍ୟା ଦୂର ହେବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons