ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଦିନକରେ ୫୧

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱରରେ ଆଜି ଦିନକରେ ୫୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୧୬ଜଣ ଓ କ୍ୱାରେଣ୍ଟାଇନ୍ରେ ଥିବା ୩୫ଜଣ ସଂକ୍ରମିତ ହୋଇଛନ୍ତି । ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୭୬୯ରେ ପହଞ୍ଚିଛି ।
ଗତକାଲି ୨୪ଘଣ୍ଟା ଭିତରେ ୧୪ଜଣ ଆକ୍ରାନ୍ତ ବାହାରିଥିଲେ । କିନ୍ତୁ ଆଜି ଆକ୍ରାନ୍ତ ସଂଖ୍ୟା ୫୦ ଟପିଛି । ପୁଣି ୧୬ଜଣ ସ୍ଥାନୀୟ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢିଛି । ଏମସ୍ରୁ ଜଣେ ୩୨ବର୍ଷୀୟ ଯୁବକ ଓ ୨୫ବର୍ଷୀୟ ଯୁବତୀ ପଜିଟିଭ୍ ବାହାରିଛନ୍ତି । ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିୟନରୁ ଜଣେ ୨୭ବର୍ଷୀୟ ଯୁବକ ଓ ୫୦ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ ଠାବ ହୋଇଛନ୍ତି ।
ଲକ୍ଷ୍ମୀସାଗରରୁ ୩୯ବର୍ଷୀୟ ବୟସ୍କ, କଳିଙ୍ଗବିହାର କେ-୫ରୁ ଜଣେ ୬୫ବର୍ଷୀୟ ଓ ୨୮ ବର୍ଷୀୟ ଯୁବକ, ଭରତପୁରରୁ ୨୧ବର୍ଷୀୟ ଯୁବତୀ, ଖାରବେଳନଗରରୁ ୨୮ବର୍ଷୀୟ ମହିଳା, ଶାସ୍ତ୍ରୀନଗରରୁ ୫୭ବର୍ଷୀୟ ବ୍ୟକ୍ତି, ୟୁନିଟ୍-୬ ଗଙ୍ଗନଗରରୁ ୨ଜଣ, ଶାସ୍ତ୍ରୀନଗରରୁ ୩୪ବର୍ଷୀୟ ମହିଳା, ଝାରପଡାରୁ ୨୭ ବର୍ଷୀୟ ଯୁବକ, ନୂଆପଲ୍ଲୀରୁ ୨୮ବର୍ଷୀୟ ମହିଳା ଓ ୨୯ବର୍ଷୀୟ ଯୁବକ ପଜିଟିଭ୍ ହୋଇଛନ୍ତି । ଆଜିସୁଦ୍ଧା ରାଜଧାନୀରୁ ୭୬୯ଜଣ ପଜିଟିଭ୍ ବାହାରିଥିବାବେଳେ ୩୬୧ଜଣ ସୁସ୍ଥ ହୋଇଛନ୍ତି । ସହରରେ ଏବେ ୩୯୭ଜଣ ସକ୍ରିୟ ରୋଗୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons