ଭୁବନେଶ୍ୱରରେ ଖୋଲିଲା ‘ପିଓଜେ ଫର୍ଣ୍ଣିଚର’

Get real time updates directly on you device, subscribe now.

ଭୁବନେଶ୍ୱର,(ବିବିବୁ୍ୟରୋ): ପୂର୍ବ ଭାରତର ଅଗ୍ରଣୀ ଫର୍ଣ୍ଣିଚର ସୋ’ରୁମ୍ ଶୃଙ୍ଖଳ ‘ପିଓଜେ ଫର୍ଣ୍ଣିଚର’ ଓଡ଼ିଶା ବଜାରରେ ପାଦ ଥାପିଛି । ଭୁବନେଶ୍ୱରସ୍ଥିତ ସପ୍ତସତୀ ମନ୍ଦିର ସମ୍ମୁଖରେ ଏକ ନୂଆ ସୋ’ରୁମ୍ ଖୋଲିଛି । ୮,୦୦୦ ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତ ଏହି ସୋ’ରୁମ୍କୁ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଛନ୍ତି । ଏ ଅବସରରେ ପିଓଜେ ଫର୍ଣ୍ଣିଚର ନିଦେ୍ର୍ଧଶକ ସନ୍ୟମ ଜଲାନ୍ କହିଛନ୍ତି, ପୂର୍ବରୁ କୋଲ୍କାତା, ବିହାର ଓ ଝାଡ଼ଖଣ୍ଡରେ ପିଓଜେର ୨୬ଟି ଷ୍ଟୋର ଥିଲା । କମ୍ପାନି ଭୁବନେଶ୍ୱରରେ ନିଜର ପ୍ରଥମ ସୋ’ରୁମ୍ ଖୋଲି ଓଡ଼ିଶା ବଜାରରେ ପ୍ରବେଶ କରିଛି । ଏଠାରେ ଗ୍ରାହକମାନେ ଅଫିସ୍, ଘର ଓ ବଗିଚା ପାଇଁ ସବୁ ପ୍ରକାର ଫର୍ଣ୍ଣିଚର ପାଇପାରିବେ । ଉଦ୍ଘାଟନୀ ଅଫର୍ ସ୍ୱରୂପ ଗ୍ରାହକଙ୍କୁ ବିଭିନ୍ନ ଉପôାଦ ଉପରେ ୭୦ଧ ପର୍ଯ୍ୟନ୍ତ ରିହାତି ମିଳିବ । ସେହିଭଳି ଜଲାନ୍ କହିଛନ୍ତି, ଖୁବ୍ଶୀଘ୍ର ପିଓଜେ ଫର୍ଣ୍ଣିଚର ଭୁବନେଶ୍ୱର ସମେତ କଟକ ଓ ଅନ୍ୟ ପ୍ରମୁଖ ସହରରେ ୩ଟି ନୂଆ ସୋ’ରୁମ୍ ଖୋଲିବାକୁ ଲକ୍ଷ୍ୟ ରଖିଛି । ଏ ଅବସରରେ ଭୁବନେଶ୍ୱର ପିଓଜେ ଫର୍ଣ୍ଣିଚର ସୋ’ରୁମ୍ ଇନ୍ଚାର୍ଜ ବିକାଶ କୁମାର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons