ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାସେ ନୁହେଁ ଦୀର୍ଘ ୩ ମାସ ହେବ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କୁ ଦରମା ମିଳିନି । ଫଳରେ କର୍ମଚାରୀମାନେ ନାହିଁ ନଥିବା ସମସ୍ୟାରେ ରହୁଛନ୍ତି । କଥାଟି ଆଡୁଆ ଲାଗିଲେ ବି ସତ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଏସ୍ପି ସମସ୍ତଙ୍କ ଟଙ୍କା ବନ୍ଦ କରିଦେଇଛନ୍ତି । କ’ଣ ପାଇଁ ଦରମା ବନ୍ଦ ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ହେଲେ ଶୁଣିବାକୁ ମିଳୁଛି ଏସ୍ପି ନିଦେ୍ର୍ଧଶ ଦେଇଛନ୍ତି ଭଲ କାମ ନ କଲେ ଦରମା ମିଳିବ ନାହିଁ । ସବୁ ଠାରୁ ବଡ଼ କଥା ହେଲା ଖୋଦ ଏସ୍ପି ମଧ୍ୟ ଦରମା ନେଇ ନାହାନ୍ତି ।
ଏହି ଘଟଣା ବିଷୟରେ ଜାଣିବା ପରେ ଆମେ, ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ କନଷ୍ଟେବଳଙ୍କ ଠାରୁ ଆରମ୍ଭ କରି ଡିଏସ୍ପଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲୁ । ପ୍ରଥମେ ତ’ କେହି ମୁହଁ ଖୋଲୁନଥିଲେ । ତେବେ ପରିଚୟ ଗୁପ୍ତ ରଖିବାକୁ ପ୍ରତିଶ୍ରୁତି ଦେଲା ପରେ ଦୁଃଖ ବଖାଣି ଥିଲେ । ଜଣେ ବାବୁ କହିଥିଲେ, ବଡ଼ ଅଧିକାରୀଙ୍କ ବ୍ୟାଙ୍କ୍ରେ ଯେମିତି ହେଲେ ଟଙ୍କା ଥିବା ସେମାନେ ଚଳିଯିବେ । ହେଲେ ମୁଁ ୩ ମାସ ହେଲାଣି ଧାର କରଜ କରି ପରିବାର ଚଳାଉଛି । ଭୁବନେଶ୍ୱରରେ ପରିବାର ଚଳାଇବା କେତେ କଷ୍ଟ ଆପଣଙ୍କୁ ଜଣାଥିବ… । ଯିଏ କାମ ନ କରୁଛି ତାଙ୍କ ଦରମା ବନ୍ଦ କରନ୍ତୁ । ଆମେ ତ’ ଗଧ ଭଳି ଦିନ ରାତି ଖଟୁଛୁ । ହେଲେ ମାସ ଶେଷକୁ ହାତ ପତାଇବାକୁ ପଡୁଛି । ସରକାରୀ ଚାକିରି କରି ହାତ ପତାଇଲାବେଳକୁ ନାନା କଥା ଶୁଣିବାକୁ ମିଳୁଛି । ଜଣେ ଡିଏସ୍ପିଙ୍କୁ ଦରମା ବନ୍ଦ ବିଷୟରେ ପଚାରିବାରୁ ସେ କହିଥିଲେ, ଏସ୍ପି ସାର୍ ନିଜେ ବି ତାଙ୍କ ଦରମା ନେଉ ନାହାନ୍ତି କି ଆମକୁ ଦେଉ ନାହାନ୍ତି । କାମରେ ଅବହେଳା ଦର୍ଶାଇ ସାର୍ ପ୍ରାୟ ସମସ୍ତଙ୍କ ଦରମା ୩ ମାସ ହେବ ବନ୍ଦ କରି ରଖିଛନ୍ତି । କେବେ ମିଳିବ ତାହା ଜଣା ନାହିଁ । ତେବେ ଏନେଇ ଆମେ ଭିଜିଲାନ୍ସ ଏସ୍ପି ସାର୍ଥକ ଷଡଙ୍ଗୀଙ୍କୁ ଫୋନ୍ରେ ଯୋଗଯୋଗ କରିଥିଲୁ । ହେଲେ ସେ କିଛି ଉତ୍ତର ଦେଇ ନଥିଲେ ।
Comments are closed, but trackbacks and pingbacks are open.