ଭୁଲ ଇଞ୍ଜେକ୍ସନରୁ ନାବାଳକର ଜୀବନ ଗଲା

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ୍): ଭୁଲ୍ ଇଞ୍ଜେକ୍ସନରୁ ଜଣେ ନାବାଳକର ଜୀବନ ଯାଇଛି । ମୃତ ନାବାଳକ ହେଉଛି ବିହାର ରାଜ୍ୟର ଟୁନା ସାହାଣୀଙ୍କ ପୁଅ ଅମିତ(୧୨) । ଏନେଇ ମୃତ ଅମିତର କକା ବିନୋଦ ସାହାଣୀ ସିମୁଳିଆ ଥାନାରେ ଅଭିଯୋଗ କରି କାର୍ଯ୍ୟାନୁÂାନ ଦାବି କରିଛନ୍ତି । ତେବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଅଞ୍ଚଳରେ ବିନୋଦ ଭଡ଼ା ଘରେ ରହି ବ୍ୟବସାୟ କରୁଥିଲେ । କିଛି ଦିନ ତଳେ ବିନୋଦ ପାଖକୁ ଅମିତ ବୁଲି ଆସିଥିଲା ।
ଅଭିଯୋଗ ଅନୁସାରେ, ଗତକାଲି ଅମିତକୁ ବାନ୍ତି ହୋଇଥିଲା । ପରିବାର ଲୋକେ ତାକୁ ଅଡ଼ା ବଜାରରେ ଥିବା ପ୍ରଶାନ୍ତି ମେଡିସିନ୍ ଷ୍ଟୋରକୁ ଆଣିଥିଲେ । ସେଠାରେ ଗୋଟିଏ ଇଂଜେକ୍ସନ୍ ଦିଆଯିବା ପରେ ଅମିତ ଶୋଇପଡ଼ିଥିଲା । ମାତ୍ର ଅମିତ ଆଉ ନଉଠିବାରୁ ବିନୋଦ ତାକୁ ସିମୁଳିଆ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବିନୋଦ ସିମୁଳିଆ ଥାନାରେ ଏତଲା ଦେଇଛନ୍ତି । ପ୍ରଶାନ୍ତି ମେଡିସିନ ଷ୍ଟୋରରେ ତାକୁ ଭୁଲ୍ ଇଂଜେକସନ ଦିଆଯାଇ ମାରି ଦିଆଯାଇଥିବା ଏତଲାରେ ସେ ଦର୍ଶାଇଛନ୍ତି । ସିମୁଳିଆ ଥାନା ପୁଲିସ ଶବ ଜବତ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଛି । ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବାରୁ ପ୍ରଶାନ୍ତି ମେଡିସିନ ଷ୍ଟୋର ମାଲିକଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନି । ଏନେଇ ତଦନ୍ତ ଜାରି ରହିଛି ବୋଲି ସିମୁଳିଆ ଥାନା ଆଇଆଇସି ପର୍ଶୁରାମ ସାହୁ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons