ଭୁଲ ଚାଲାଣ କଟିଲେ, ଟଙ୍କା ଫେରସ୍ତ: ମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟ୍ରାଫିକ ନିୟମ ଖିଲାପି ନେଇ ଭୁଲ ଚାଲାଣ କଟିଥିଲେ, ଟଙ୍କା ଫେରସ୍ତ ମିଳିବ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଯଦି କୌଣସି ଗାଡିÿଚାଳକଙ୍କ ନାଁରେ ଭୁଲ୍ରେ ଜରିମାନା ବାବଦରେ ଚାଲାଣ କରାଯାଇଥାଏ । ଏଭଳି ଭୁଲ୍ ଚାଲାଣକୁ କୌଣସିମତେ ଗ୍ରହଣ କରାଯିବନି । ନିୟମ ଅବମାନନା କରି ନଥିବା ନେଇ ଗାଡ଼ିମାଲିକ ସଠିକ୍ ପ୍ରମାଣ ଦେଇପାରିବେ । ପରେ ଚାଲାଣକୁ ବାତିଲ କରାଯିବ । ନଚେତ୍ ଯଦି ଗାଡିÿଚାଳକ ଜରିମାନା ଭରିଥାନ୍ତି । ତା’ହେଲେ ତାଙ୍କୁ ଟଙ୍କା ଫେରସ୍ତ ଦିଆଯିବ ।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ଏକ କାର (ଓଡି-୦୫ଏଏଫ୍-୯୧୨୦)ର ମାଲିକଙ୍କ ନାମରେ ବିନା ହେଲ୍ମେଟ୍ରେ ଭୁବନେଶ୍ୱରରେ ଯାତ୍ରା କରୁଥିବା ନେଇ ଏକ ଚାଲାଣ କଟିଥିଲା । ସିସି କ୍ୟାମେରା ଏହା ଧରିଥିଲା । ନୂତନ ମୋଟରଯାନ ଆଇନ୍ର ଧାରା ୧୯୪(ଘ) ଅନୁସାରେ ସମ୍ପୃକ୍ତ କାର ମାଲିକଙ୍କ ଘରକୁ ଡାକ ଯୋଗେ ୧୦୦୦ ଟଙ୍କାର ଜରିମାନା ଚାଲାଣ ପଠାଯାଇଥିଲା । ମାଲିକଙ୍କ ଘର କଟକରେ । ଜରିମାନା କଟିବା ଦିନ କୌଣସିମତେ କାର୍ଟି ଭୁବନେଶ୍ୱର ଯାଇନଥିବା କାର୍ମାଲିକ ସୂଚନା ଦେଇଥିଲେ । ପୁଣି କାର୍ରେ ବିନା ହେଲ୍ମେଟରେ ଯାଉଥିବା ନେଇ ଚାଲାଣ କଟିଥିବା ଦେଖି ମାଲିକ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ଅନ୍ୟ କିଛି ଘଟଣାରେ ସମାନ ଭୁଲ ଘଟି ଲୋକଙ୍କ ନାମରେ ଇ-ଚାଲାଣ ପଠାଯାଇଛି । ସିସି କ୍ୟାମେରାରେ ଭୁଲବଶତଃ ନିୟମଖିଲାପି ନେଇ ଚାଲାଣ ଯାଇଥିଲା । ଏନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପରେ ଆଜି ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons