ଚାନ୍ଦବାଲୀ : ଭୁଲ ଚିକିତ୍ସାରୁ ଗଲା ଶିଶୁର ଜୀବନ । ଚାନ୍ଦବାଲି ବାଂଶଡା ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଗତ ୨୭ ତାରିଖ ଦିନ ବାଂଶଡା ଥାନା ଘଣ୍ଟେଶ୍ବରୀ ଗାଁର ଗଙ୍ଗାଧର ବାରିକଙ୍କ ପୁଅ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ନିକଟରେ ଥିବା ତାରିଣୀ ମେଡିସିନ ଷ୍ଟୋରକୁ ନେଇଥିଲେ । ମେଡିସିନ୍ ଦୋକାନୀ ମଦନ ମୋହନ ତାଙ୍କୁ ଔଷଧ ସହ ଗୋଟିଏ ଇଞ୍ଜେକ୍ସନ ଦେଇଥିଲେ ।
ତେବେ ପୁଅର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରୋଗୀକୁ ଭୁଲ ଔଷଧ ଇଞ୍ଜେକ୍ସନ ଦିଆଯାଇଥିବା ଭଦ୍ରକ ଡାକ୍ତର କହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ପରଠୁ ମେଡିସିନ୍ ଦୋକାନୀ ମଦନ ମୋହନ ଫେରାର ହୋଇଯାଇଛନ୍ତି ।ଭୁଲ ଚିକିତ୍ସା ନେଲା ଜୀବନ ଚାନ୍ଦବାଲି
୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ମାମଲାର ଶୁକ୍ରବାର ଢେଙ୍କାନାଳର ସ୍ବତନ୍ତ୍ର ପୋସ୍କୋ ଅଦାଲତ ରାୟ ଶୁଣାଣୀ କରିଛନ୍ତି। ଏହି ମାମଲାର ବିଚାର କରି ଢେଙ୍କାନାଳ ଜିଲ୍ଲା ସୁରଭି ଗ୍ରାମର କାଳନ୍ଦି ସ୍ବାଇଁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଫଳରେ କାଳନ୍ଦିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା କରାଯାଇଛି ।
Comments are closed, but trackbacks and pingbacks are open.