ବାସୁଦେବପୁର, (ବି.ବି.ନୁ୍ୟଜ୍): ବାସୁଦେବପୁର ବ୍ଲକ ଇରମ ବଜାରରେ ଜଣେ କମ୍ପାଉଣ୍ଡର ଖୋଲିଥିବା ଏକ କ୍ଲିନିକରେ ଭୁଲ ଚିକିତ୍ସା ପାଇଁ ଜେଣ ଛାତ୍ରୀ ପ୍ରାଣ ହରାଇଛନ୍ତି । ମୃତ ଛାତ୍ରୀ ଜରକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅନ୍ତରା ଗ୍ରାମର ପ୍ରଭାତ ବେହେରାଙ୍କ ଝିଅ ପ୍ରିୟଙ୍କା । ପ୍ରିୟଙ୍କା ଇରମର ଅଜା ବିନୋଦ ଦଳେଇଙ୍କ ଘରେ ରହି ପାଠ ପଢୁଥିଲେ ।
ଅଜାଙ୍କ କହିବା ମୁତାବକ, ଆଜି ସନ୍ଧ୍ୟାରେ ପ୍ରିୟଙ୍କା ଟୁ୍ୟସନ ସାରି ଘରକୁ ଫେରିଥିଲେ । ଘରେ ବସି ପାଠ ପଢୁଥିବା ବେଳେ ମୁଣ୍ଡ କଣ ହେଉଛି ବୋଲି କହିଥିଲେ । ଅଜା ତୁରନ୍ତ ତାଙ୍କୁ ଇରମ ବାଜାରରେ ଥିବା କମ୍ପାଉଣ୍ଡରଙ୍କ କ୍ଲିନିକକୁ ନେଇଥିଲେ । ସେଠାରେ କମ୍ପାଉଣ୍ଡର ପ୍ରିୟଙ୍କାକୁ ଏକ ଇଞ୍ଜେrନ ଲେଖିଦେବା ସହିତ ତୁରନ୍ତ ଦେବାକୁ କହିଥିଲେ । ସେହି କ୍ଲିନିକରେ ପ୍ରିୟଙ୍କାକୁ ଇଞ୍ଜେrନ ଦିଆ ଯାଇଥିଲା । କିଛି ସମୟରେ ପରେ ସେ ସଂଜ୍ଞାହିନ ହୋଇ ତଳେ ପଡ଼ିଯାଇଥିଲା । କମ୍ପାଉଣ୍ଡର ତୁରନ୍ତ ଛାତ୍ରୀଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ଏବଂ ସେ ପଛରେ ଯାଉଛି ବୋଲି ମଧ୍ୟ କହିଥିଲେ । ଅଜା ବିନୋଦ ନାତୁଣୀଙ୍କୁୁ ଧରି ବାସୁଦେବପୁର ଡାକ୍ତରଖାନା ଯାଇଥିଲେ । ସେଠାରେ ଡାକ୍ତର ପ୍ରିୟଙ୍କାକୁ ମୃତ ଘୋଷଣା କରିଥିଲେ । ପି୍ରୟକଙ୍କା ମୃତୁ୍ୟ ପାଇଁ କମ୍ପାଉଣ୍ଡର ହିଁ ଦାୟୀ ବୋଲି ଅଜା ଘର ପରିବାର ଲୋକେ କହିଛନ୍ତି । ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବହୁତ କ୍ୱାକ୍ ଡାକ୍ତର ସହିତ ନକଲି ଡାକ୍ତର ଗୋଟିଏ ଗୋଟିଏ କ୍ଲିନିକ୍ ଖୋଲି ବସିଛନ୍ତି । ସେମାନଙ୍କୁ କିଏ ଅନୁମତି ଦେଉଛି ବୋଲି ପ୍ରଶ୍ନ ଉଠିଛି ।


Comments are closed, but trackbacks and pingbacks are open.