ଭୁଶୁଡିଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାବେରୀ ଲେଡିଜ୍ ହଷ୍ଟେଲର ଛାତ

Get real time updates directly on you device, subscribe now.

ବ୍ରହ୍ମପୁର: ରାଜ୍ୟରେ ଆଜି ଏକ ବଡ ଅଘଟଣରୁ ସାଦାରଣ ଜୀବନ ବର୍ତ୍ତି ଯାଇଥିବାର ସୂଚନା ମିଳିଛି । ଛାତ୍ରୀ ନିବାସର ଛାତ ଭୁଷୁଡି ଯାଇଥିବାର ଜଣା ପଡିଛି । ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଘଟିଛି ।
ସୂଚନାନୁଯାୟୀ, ଅଧିକାଂଶ ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଚର୍ଚ୍ଚାରେ ରହିଥାଏ । ବିଳମ୍ବରେ ଖାତାଦେଖା ସହ ରେଜଲ୍ଟ ପ୍ରକାଶକୁ ନେଇ ମଧ୍ୟ ବିଶ୍ୱବିଦ୍ୟାଳୟର ଅବ୍ୟବସ୍ଥା ସାମ୍ନାକୁ ଆସିଛି । ତେବେ ଆଜି ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର ଛାଡ ଭୁଷୁଡି ପଡିଛି । ସାବେରୀ ଛାତ୍ରୀ ନିବାସରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ସୌଭାଗ୍ୟକ୍ରମେ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଏକ ବଡ ବିପର‌୍ୟୟରୁ ଛାତ୍ରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons