ଭୋଗରାଇ,(ବି.ବି.ନୁ୍ୟଜ୍): ଓଡ଼ିଶା ସରକାରଙ୍କ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ସୋମବାର ବାଲେଶ୍ୱର ଜିଲ୍ଲାର ଭୋଗରାଇ ଗସ୍ତ କରିଛନ୍ତି । ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୱାର୍କ ସେକ୍ରେଟେରୀ ସଚିନ୍ ଯାଦବ ଓ ଟୁ୍ୟରିଜିମ ଡାଇରେକ୍ଟର କିଶନ କୁମାର ହେଲିକପ୍ଟର ଯୋଗେଆସି ବେଳାଭୂମି ବୁଲି ଦେଖିଥିଲେ । ୫ଟି ସଚିବଙ୍କ ଗସ୍ତ ପରେ ରାଜ୍ୟର ଅବହେଳିତ ସୁରମ୍ୟ ବେଳାଭୂମି ତାଳସାରୀ ଓ ଉଦୟପୁରର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା ହେବାର ଆଶା ଉଜ୍ଜିବୀତ ହୋଇଛି । ଏହି ଅବସରରେ ଅଧିକାରୀମାନେ ପଡେ଼ାଶୀ ପଶ୍ଚିମବଙ୍ଗର ଦୀଘା ବେଳାଭୂମି ବିକାଶକୁ ଅନୁଧ୍ୟାନ କରିଥିଲେ । ଉଦୟପୁରରେ ବିବାଦୀୟ ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ ।ଅପରପକ୍ଷେ ପ୍ରସିଦ୍ଧ ଶୈବକ୍ଷେତ୍ର ଚନ୍ଦନେଶ୍ୱର ଓ ଭୁଷଣ୍ଡେଶ୍ୱର ମନ୍ଦିରକୁ ନଯିବାରୁ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା ।
ବିବରଣୀ ଅନୁଯାୟୀ, ଆଜି ୫-ଟି ସଚିବ ଭୋଗରାଇକୁ ଘଣ୍ଟିକିଆ ଗସ୍ତରେଆସିଥିଲେ । ଗତ ବର୍ଷ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ବେଳାଭୂମି ମହୋତ୍ସବକୁ ଆସିଥିଲେ । କିନ୍ତୁ ଆଜିର ଗସ୍ତରେ ସେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ କଥା ହୋଇଥିଲେ । ସକାଳ ୧୦ଟା ୩୦ରେ ବିନ୍ଧାପଦ୍ମପୁର ହେଲିପ୍ୟାଡ୍ରେ ଅବତରଣ କରି ସିଧା ତାଳସାରୀ ବେଳାଭୂମିକୁ ଯାଇଥିଲେ ୫-ଟି ସଚିବ ଓ ଅନ୍ୟ ଅଧିକାରୀମାନେ । ସେଠାରେ ସୁବର୍ଣ୍ଣଦୀପ ଅନୁଧ୍ୟାନ କରିଥିଲେ । ତାଳସାରୀରୁ ନିର୍ମାଣାଧୀନ ମେରାଇନ ଡ୍ରାଇଭ ରାସ୍ତାରେ ଉଦୟପୁର ବେଳାଭୂମିକୁ ଯାଇଥିଲେ । କିଛି ସମୟ ପାଇଁ ମନୋରମ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବନ ବିଭାଗଅଧୀନସ୍ଥ ଝାଉଁ ଜଙ୍ଗଲ ବୁଲି ଦେଖିଥିଲେ । ପର୍ଯ୍ୟଟନ ବିଭାଗକୁ ବନ ବିଭାଗର ୫୦ ଏକର ଜାଗା ହସ୍ତାନ୍ତର କରିବା ଲାଗି ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ଜଳ ସମ୍ପଦ ବିଭାଗ ପକ୍ଷରୁ ଦୀର୍ଘ ବର୍ଷ ନିର୍ମାଣାଧିନ ୧୯କୋଟି ଟଙ୍କାର ପଥର ବନ୍ଧ, ୬କୋଟି ଟଙ୍କାର ମେରାଇନ ଡ୍ରାଇଭ ଓ ୮କୋଟି ଟଙ୍କାର ଲୁହା ସିଟ୍ ପାଇଲିଂ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହାଛଡ଼ା ମ୍ୟାପରେ ଫରେଷ୍ଟ ଲ୍ୟାଣ୍ଡ,ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସମ୍ପତ୍ତି ସମ୍ପର୍କରେ ତହସିଲଦାର ରାଖାଲ ଚନ୍ଦ୍ର ପରିଡ଼ାଙ୍କ ସହ ଆଲୋଚନା କରିଥିଲେ । ପରେ ଉଦୟପୁରରେ ପଶ୍ଚିମବଙ୍ଗ ସହିତ ଲାଗି ରହିଥିବା ବିବାଦୀୟ ଅଞ୍ଚଳ ପରିଦର୍ଶନ କରି ପୁଣି ହେଲିକପ୍ଟରରେ ରାଜଧାନୀ ଫେରି ଯାଇଥିଲେ ।
ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ,ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ, ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା, ସାହାବାଜିପୁର ସରପଞ୍ଚଙ୍କ ପ୍ରତିନିଧିଅରୁଣ ଗିରି, ଗୋଛିଦା ତେଘରି ସରପଞ୍ଚ ନଗେନ୍ଦ୍ର ନାଥ ପାତ୍ର, ଜଳେଶ୍ୱରପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରଅଧିକାରୀ ଡା. କମଳାକାନ୍ତ ଜେନା, ଜିଲ୍ଲା ପର୍ଯ୍ୟଟନଅଧିକାରୀ ଗଗନ କୁମାର ସାହୁ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଅଭିମନୁ୍ୟ ବେହେରା, ଏସଡିଓ ପ୍ରିୟବ୍ରତ ସିଂ, କନିÂଯନ୍ତ୍ରୀ ଜ୍ଞାନରଞ୍ଜନ ଜେନା ପ୍ରମୁଖ ସାମଲ ଥିଲେ । ସୁରକ୍ଷା ବ୍ୟବସ୍ଥା ଲାଗିଅଗ୍ନିଶମ ବିଭାଗ, ୧ପ୍ଲାଟୁନ ପୁଲିସ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ, ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର, ଭୋଗରାଇ ଥାନାଅଧିକାରୀ ନରେନ୍ଦ୍ର ଦାସ, ତାଳସାରୀ ସାମୁଦ୍ରିକ ଥାନାଅଧିକାରୀ ହେମନ୍ତ କୁମାର ମାଝୀ, ଚନ୍ଦନେଶ୍ୱର ଫାଣ୍ଡିଅଧିକାରୀ ବିଶ୍ୱନାଥ କର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.