ଭୋଗରାଇ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ରେ କରୋନା ପ୍ରଥମ ମୁଣ୍ଡ ନେଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଭୋଗରାଇ ବ୍ଲକର ସର୍ବପୁରାତନ ପୁରୁଷୋତ୍ତମ ଅପେରା ପାର୍ଟି ପ୍ରଯୋଜକ ଅଜୟ ଓରଫ ମିଟୁ ଦାସ (୫୭) । ତାଙ୍କ ଘର ସ୍ଥାନୀୟ କସବାକମର୍ଦ୍ଧା ଗ୍ରାମରେ । କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର କିମସ କୋଭିଡ ହସପିଟାଲରେ ଚିକିତ୍ସିତ ଥିଲେ । ଶୁକ୍ରବାର ସକାଳେ ତାଙ୍କର ମୃତୁ୍ୟ ଘଟିଥିଲା । ଶ୍ରୀଦାସ ଜଣେ ହୃଦ୍ରୋଗୀ ଭାବେ ସେଠାରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନ ହେଲା ଡାଇବେଟିସ୍, ଉଚ୍ଚ ରକ୍ତଚାପ ରୋଗରେ ସେ ପୀଡ଼ିତ ଥିଲେ । ଶ୍ରୀଦାସଙ୍କ ମୃତୁ୍ୟ ଖବର ସମଗ୍ର ଜିଲ୍ଲାର ସମସ୍ତ ଯାତ୍ରା କଳାକାର, ଅପେରା ସଙ୍ଗଠକ ଓ କଳାପ୍ରେମୀଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି । ଏଥିସହିତ ଏହାକୁ ମିଶାଇ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ୭ ଛୁଇଁଲା ।
ସୂଚନା ମୁତାବକ, ଭୋଗରାଇ ବ୍ଲକ ଅନ୍ତର୍ଗତ କସବା କମର୍ଦ୍ଧା ଗ୍ରାମର ଅଜୟ ଓରଫ ମିଟୁ ଦାସ ଗତ ଜୁଲାଇ ମାସ ୧୨ ତାରିଖରେ ପଡୋଶୀ ପଶ୍ଚିମବଙ୍ଗ ବୁଡେଇ ଅଞ୍ଚଳରୁ ନିଜ ବଡପୁଅକୁ ବୈଦିକ ରୀତିରେ ବିବାହ କରାଇଥିଲେ । ଏହି ବିବାହ ଉତ୍ସବ ପାଇଁ ସେ ବାରମ୍ବାର ବୁଡେଇ ଅଞ୍ଚଳର ଲୋକ ଓ ବନ୍ଧୁବାନ୍ଧବଙ୍କ ସହ ସେ ଅବା% ମିଳାମିଶା କରିଥିଲେ । ବିବାହ ଉତ୍ସବର ପ୍ରାୟ ୪ ଦିନ ପରେ ଶ୍ରୀଦାସଙ୍କୁ ଜ୍ୱର ହେବା ସହ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଗତ ଜୁଲାଇ ୨୦ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା । ଜ୍ୱର ନ ଛାଡ଼ିବାରୁ ଜୁଲାଇ ୨୧ ତାରିଖରେ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାବ୍ ଟେଷ୍ଟ ହେବାରୁ ଅଗଷ୍ଟ ୩ ତାରିଖରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିବା ନେଇ ରାଜ୍ୟ ସୂଚନା ଓ ଲାକସମ୍ପର୍କ ବିଭାଗ ତଥ୍ୟ ପ୍ରଦାନ କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଶୁକ୍ରବାର ସକାଳ ୫ଟା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା ।
ସୂଚନାଯାଗ୍ୟ, ଆଜକୁ ପ୍ରାୟ ୨୫ ବର୍ଷ ପୂର୍ବେ ଶ୍ରୀ ଦାସ “ପୁରୁଷାତ୍ତମ ଅପେରା’କୁ ପୁନଃସଙ୍ଗଠିତ କରିଥିଲେ । ତାଙ୍କ ଆକସ୍ମିକ ମୃତୁ୍ୟରେ ଯାତ୍ରା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବାଲେଶ୍ୱର ଜିଲ୍ଲା କଳାକାର ସଂଘ ଉପଦେଷ୍ଟା ଦୈତାରୀ ପଣ୍ଡା, ବାଲେଶ୍ୱର କଳାକାର ସଂଘ ସଭାପତି ଗୌର ଦାସ, ସା%ାରଣ ସମ୍ପାଦକ ପ୍ରଫୁଲ୍ଲ ଘୋଷ, ପ୍ରମେୟ ଉତ୍ତର ଓଡିଶା ସଂସ୍କରଣ ମୁଖ୍ୟ ସତ୍ୟଶିବ ଦାସ, ଶ୍ରଦ୍ଧା କ୍ରିଏଟିଭ ଆର୍ଟସ ପ୍ରଯୋଜକ ଡାକ୍ତର ଲଲାଟେନ୍ଦୁ ଦାସ, ବିଶିଷ୍ଟ ସମାଜସେବୀ ଅଂଶୁମାନ ରାଉତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ତେବେ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ କରୋନାରେ ୬ ଜଣଙ୍କର ମୃତୁ୍ୟ ଘଟିଥିଲା । ଏହାକୁ ମିଶାଇ ମୃତୁ୍ୟ ସଂଖ୍ୟା ୭ରେ ପହଞ୍ଚିବା ପରେ ସାରା ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି ।
Comments are closed, but trackbacks and pingbacks are open.