ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ( ୪୦ ବର୍ଷ) ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ଦାହିସର ଅଞ୍ଚଳରେ ଥିବା ବାସଭବନରୁ ତାଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ବାସଭବନରୁ ଏକ ସୁଇସାଇଡ୍ ନୋଟ୍ ବି ଉଦ୍ଧାର କରାଯାଇଛି ଯେଉଁଥିରେ ସେ ଆର୍ଥିକ ସମସ୍ୟା କାରଣରୁ ଏପରି ପଦକ୍ଷେପ ନେଇଥିବାର ଉଲ୍ଲେଖ କରିଛନ୍ତି । ସେ ମଧ୍ୟ ସେଥିରେ ଜଣେ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଛନ୍ତି ଯିଏକି ତାଙ୍କ ଠାରୁ ଗୋଟିଏ ଟୁ ହ୍ୱିଲର ନେଇ ଯାଇ ଆଉ ଫେରାଇନଥିଲା । ଏହା ମଧ୍ୟ ଜଣାପଡିଛି କି ଆତ୍ମହତ୍ୟା କରିବା ପୂର୍ବରୁ ସେ କିଛି ସମୟ ପାଇଁ ଫେସବୁକ ଲାଇଭ୍ ମାଧ୍ୟମରେ ନିଜର କ୍ଷୋଭ ଜାହିର କରିଥିଲେ । ସେ କହିଥିଲେ ଯେ ‘ପ୍ରତ୍ୟେକ ବ୍ୟକ୍ତି ନିଜକୁ ଏମିତି ଗଢିବା ଉଚିତ୍ କି ସମସ୍ତେ ତା’ ଉପରେ ବିଶ୍ୱାସ କରିବେ । କିନ୍ତୁ ସିଏ କାହାକୁ ବିଶ୍ୱାସ କରିବା ଉଚିତ୍ ନୁହେଁ । ତାଙ୍କ ଜୀବନରେ ସେ ଏଇଆ ଶିଖିଛନ୍ତି । ତମେ ଯଦି କାହାକୁ ନିଜର ସମସ୍ୟା ଭିତରେ କହିବ ଏବଂ ତମେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛ ବୋଲି ଜଣାଇବ , ସିଏ ତମର ନିବିଡ ବନ୍ଧୁ ହୋଇଥିଲେ ବି ତମକୁ କହିବେ ଯେ ଏଭଳି ବ୍ୟକ୍ତିଗତ ସମସ୍ୟାରୁ ତାଙ୍କୁ ଦୂରେଇ ରଖ । କାରଣ ତମେ ଆତ୍ମହତ୍ୟା କଲା ପରେ ସେ ଏହାଯୋଗୁ ଅକଳରେ ପଡିବେ । ତେଣୁ ନିଜ ଜୀବନରେ କେବେ କାହାକୁ ବିଶ୍ୱାସ କରିବ ନାହିଁ’ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons