ଭୋଜି ଖାଇ ଜଣେ ମୃତ, ୧୪ ଗୁରୁତର

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଦେଶସାରା କରୋନା ଭୂତାଣୁ ଆତଙ୍କ ଜାରି ରହିଥିବା ବେଳେ ସାମାଜିକ ମିଳାମିଶାରୁ ଦୂରରେ ରହିବାକୁ ରାଜ୍ୟସରକାର କଟକଣା ଜାରି କରିଥିବା ବେଳେ ଜିଲ୍ଲାରେ ବିବାହବ୍ରତ ଜାରି ରହିଛି । ଡାବୁଗାଁ ବ୍ଲକ ଚିକିଲି ଗାଁରେ ଦିନେ ଦୁଇଦିନ ଛାଡି ଗୋଟିଏ ପରେ ଗୋଟିଏ ବିବାହ ଭୋଜିର ଆୟୋଜନ ଚାଲିଥିଲା । ଭୋଜି ଖାଇବା ପରେ ହଠାତ୍ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରବିବାର ବିଳମ୍ବିତ ରାତିରେ ଜଣଙ୍କର ମୃତୁ୍ୟ ଘଟିଛି । ୩ ଥର ଝାଡାବାନ୍ତି ପରେ ଗାଁର ବୁଦାଈ ହରିଜନ(୫୮)ଙ୍କ ମୃତୁ୍ୟ ହୋଇଥିବା ବେଳେ ୧୪ଜଣ ଗୁରୁତର ହୋଇପଡିଛନ୍ତି । ଗୁରୁତରମାନଙ୍କୁ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ଇନ୍ଦ୍ରଚରଣ ଗୌଡ(୧୩), ଶୁକ୍ରୁ ଗୌଡ (୨୫), ଇନ୍ଦ୍ର ହରିଜନ (୯), ଗୀତା ହରିଜନ(୧୩), ଗିଲା ଗୌଡ(୨୦), ଉଦର ଭତ୍ରା(୧୦), ତପନ ହରିଜନ(୧୩), ସମ୍ଭାରୀ ହରିଜନ(୩୦), ଉର୍ମିଳା ହରିଜନ(୧୩), ସୀମାଞ୍ଚଳ ହରିଜନ(୧୦), ଗୋବର୍ଦ୍ଧନ(୫୦), ମମତା ହରିଜନ(୧୫), ରାଜେଶ ହରିଜନ(୨) ଓ ଚୈତନ୍ୟ ମାଝୀ( ୪୦) । ଜଣକ ପରେ ଜଣକୁ ଝାଡାବାନ୍ତି ହେବାରୁ ଆଜି ସକାଳେ ଗ୍ରାମବାସୀ ଡାବୁଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ । ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଗୁରୁତର ୧୪ ଜଣଙ୍କୁ ଡାବୁଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons