ଜୟପୁର: ଇଟା ବୋଝେଇ ଭ୍ୟାନ୍ ଧକ୍କାରେ ଜଣେ ବାଳିକାର ମୃତୁ୍ୟ ହୋଇଛି । ସେ ହେଲା ବଡ଼ଜିଉନା ପଞ୍ଚାୟତ ସଲପାର ମଧୁ ପୂଜାରୀଙ୍କ ଝିଅ ଦୀପା ପୂଜାରୀ(୭) । ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଭ୍ୟାନ୍ ଜବତ କରିଛି । ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଡିଏଚଏଚ୍କୁ ଆଣିଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଳିସ ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଏକ ଭ୍ୟାନ୍(ଓଡ଼ି ୧୦ ଡି-୭୬୨୬) ଇଟା ବୋଝେଇ କରି ଜୟପୁରରୁ ସଲପା ଦେଇ ଯାଉଥିଲା । ଗାଁ ମୁଣ୍ଡରେ ଭ୍ୟାନ୍ଟି ଦୀପାକୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସରେ ତାକୁ ସ୍ଥାନୀୟ ଡିଏଚଏଚ୍କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇଥିଲା । ପୁଲିସ ଭ୍ୟାନ୍ ଡ୍ରାଇଭର ମାଳି ଦଳେଇପୁଟର ଭାସ୍କର ମାଳିକୁ ଅଟକ ରଖିଛି । ଏଏସ୍ଆଇ ଗଣେଶପ୍ରସାଦ ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.