ବେଜିଂ: ବିଶ୍ୱବ୍ୟାପୀ ଆତଙ୍କ ରଚିଥିବା କରୋନା ଭାଇରସ ଦିନକୁ ଦିନ ଏହାର କାୟା ବିସ୍ତାର କରିବାରେ ଲାଗିଛି । ରବିବାର ସୁଦ୍ଧା ଏହି ଭାଇରସ ଯୋଗୁ ୩୦୫ ଜଣଙ୍କର ଜୀବନ ଗଲାଣି । ୧୪ ହଜାରରୁ ଊଦ୍ଧ୍ୱର୍ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ରବିବାର କେରଳରେ ଅନ୍ୟଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଭାରତରେ କରୋନାର ପ୍ରଥମ ମାମଲା ମଧ୍ୟ କେରଳରୁ ଆସିଥିଲା । ଅନ୍ୟପକ୍ଷରେ କରୋନା ଚୀନ୍ ବାହାରେ ମଧ୍ୟ ମୁଣ୍ଡନେବା ଆରମ୍ଭ କରିଛି । ଚୀନ୍ର ହୁବେଇ ସହରରୁ ଫିଲିପାଇନ୍ସ ଫେରିଥିବାା ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତୁ୍ୟ ହୋଇଛି । ଚୀନ୍ ମେନ୍ଲ୍ୟାଣ୍ଡ ବାହାରେ ଏହା ପ୍ରଥମ କରୋନା ଜନିତ ମୃତୁ୍ୟ ।
ଚୀନ୍ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କ ପକ୍ଷରୁ ଜୋରଦାର ଚେଷ୍ଟା ଜାରି ରହିଛି । ଶନିବାର ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ୩୨୪ ଜଣ ଭାରତୀୟଙ୍କୁ ଚୀନ୍ରୁ ଅଣାଯାଇଥିବା ବେଳେ ରବିବାର ୩୨୩ ଜଣ ଭାରତୀୟଙ୍କୁ ଅଣାଯାଇଛି । ଦୁଇ ଦଫାରେ ମୋଟ ୬୪୭ ଜଣ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାଳଦ୍ୱୀପର ୭ ଜଣ ନାଗରିକଙ୍କୁ ମଧ୍ୟ ଏହି ବିମାନରେ ଅଣାଯାଇଛି । ବିମାନଟି ଚୀନ୍ର ୱୁହାନ ସହରରୁ ଉଡ଼ାଣ ଭରିଥିଲା । ସକାଳ ୯ଟା ୪୫ ମିନିଟରେ ଏହି ବିମାନଟି ଦିଲ୍ଲୀରେ ଅବତରଣ କରିଥିଲା । ମାଳଦ୍ୱୀପର ୭ ଜଣ ନାଗରିକଙ୍କୁ ଏହି ବିମାନରେ ଆଣିବା କାରଣରୁ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚୀନ୍ରୁ ଫେରିଥିବା ସମସ୍ତ ଭାରତୀୟ ଏବଂ ମାଳଦ୍ୱୀପ ନାଗରିକଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଆଇଟିବିପି ଦ୍ୱାରା ସ୍ଥାପିତ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯିବ । ଇତିମଧ୍ୟରେ ସେମାନଙ୍କ ସହ କୌଣସି ବାହାର ଲୋକ ସାକ୍ଷାତ କରିପାରିବେନି ।
ନୋଭାଲ କରୋନା ଭାଇରସ ଭାରତରେ ମଧ୍ୟ ଏହାର କାୟା ମେଲାଇବା ଆରମ୍ଭ କରି ଦେଇଛି । କେରଳରେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆଇସୋଲେଟେଡ୍ ୱାର୍ଡ ମଧ୍ୟରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ରୋଗୀ ଜଣକ ଜାନୁଆରୀ ୨୪ରେ ଚୀନ୍ରୁ କେରଳ ଆସିଥିଲେ । ଗତ ଗୁରବାର କେରଳରେ ଭାରତର ପ୍ରଥମ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ୱୁହାନ ସହରରେ ରହି ମେଡିକାଲ ପାଠ ପଢ଼ୁଥିବା ସମୟରେ ସେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତାଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରି କେରଳରେ ୮୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖି ଚିକିତ୍ସା କରାଯାଉଛି । ଏନେଇ ଭୟଭୀତ ନ ହେବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଅପିଲ କରିଛନ୍ତି । ଅନ୍ୟପକ୍ଷରେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା ।
ଏହି ରୋଗର ମୁକାବିଲା ପାଇଁ ଭାରତ ଅନ୍ତରୀଣ ଭାବେ ଚୀନ୍ ନାଗରିକଙ୍କ ଇ-ଭିସା ବାତିଲ କରିଛି । ଚୀନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି । ଟୁଇଟ୍ରେ କୁହାଯାଇଛି ଯେ, କେତେକ କାରଣରୁ ଚୀନ୍ରୁ ଭାରତ ଯିବା ପାଇଁ ଇ-ଭିସା ବାତିଲ କରାଯାଉଛି । ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ବର୍ତ୍ତମାନ କାର୍ଯ୍ୟକାରୀ ହେବନି । ଯାହାର ଭାରତଗସ୍ତ କରିବା ଜରୁରୀ ଅଛି ସେ ସାଂଘାଇ ଏବଂ ଗୁଆଙ୍ଗଝୋଉ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିପାରିବେ ଏବଂ ସେଠାରେ ଭିସା ଆବେଦନ କରିପାରିବେ ।
ଅନ୍ୟ କେତେକ ଦେଶ ମଧ୍ୟ ନିଜ ଦେଶର ନାଗରିକଙ୍କୁ ଚୀନ୍ ଯିବାକୁ ବାରଣ କରିବା ସହିତ ଚୀନ୍ର ନାଗରିକମାନଙ୍କ ଆଗମନ ଉପରେ କଟକଣା ଲଗାଇଛନ୍ତି । ଅଧିକାଂଶ ଦେଶ ଚୀନ୍କୁ ସମସ୍ତ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି । ଏସିଆ, ଉତ୍ତର ଆମେରିକା ଓ ୟୁରୋପର ଅନେକ ଦେଶ ଏପରି ପଦକ୍ଷେପ ନେଇସାରିଛନ୍ତି । ଏବେ ଅନେକ ଦେଶ ଚୀନ୍ ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇଲେଣି । ଆମେରିକା ଓ ଅଷ୍ଟେ୍ରଲିଆ ଘୋଷଣା କରିଛନ୍ତି ଯେ ସେମାନେ ଚୀନ୍ର ନାଗରିକ କିମ୍ବା ଗତ ଦୁଇ ସପ୍ତାହ ଭିତରେ ଚୀନ୍ ଗସ୍ତ କରିଥିବା ଅନ୍ୟ ଦେଶର ନାଗରିକଙ୍କ ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇବେ । ପୂର୍ବରୁ ରୁଷ, ଜାପାନ, ପାକିସ୍ତାନ ଓ ଇଟାଲୀ ପରି ଦେଶ ଏଭଳି କଟକଣା ଲଗାଇ ସାରିଛନ୍ତି । ଏଭଳି କଟକଣା ଯୋଗୁ ଚୀନ୍ର ବିମାନବନ୍ଦରଗୁଡ଼ିକ ପୂରା ଖାଲି ହୋଇଯାଇଛି ।
କରୋନା ମୁକାବିଲା ପାଇଁ ଚୀନ୍ ସରକାରଙ୍କ ପକ୍ଷରୁ ମଧ୍ୟ ଜୋରଦାର ପ୍ରୟାସ ଜାରି ରହିଛି । ଖୁବ୍ କମ୍ ଦିନରେ ଚୀନ ସରକାର ଦୁଇଟି ହସ୍ପିଟାଲ ନିର୍ମାଣ କରିଛନ୍ତି । ସେଗୁଡିକରେ ପ୍ରାୟ ୨୫୦୦ଟି ଶଯ୍ୟା ଅଛି । କରୋନା ଭାଇରସ ଜନିତ ସମସ୍ୟାରୁ ବର୍ତ୍ତିବା ପାଇଁ ଚୀନ୍ ସରକାର ୪ ବିଲିୟନ ଡଲାର ମଞ୍ଜୁର କରିଛନ୍ତି । ଅଲିବାବ ଗ୍ରୁପର ପ୍ରତିÂାତା ତଥା ଚୀନ୍ର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ୍ ମା କରୋନାର ମୁକାବିଲା ପାଇଁ ଚୀନ୍ ସରକାରଙ୍କୁ ୧.୪୪ କୋଟି ଡଲାରର ସହାୟତାରାଶୀ ପ୍ରଦାନ କରିଛନ୍ତି । ବିଭିନ୍ନ ପ୍ରଦେଶକୁ ଅତିରିକ୍ତ ସ୍ୱାସ୍ଥ୍ୟକର୍ମୀ ପଠାଯାଇଛି । ବିବାହ କାର୍ଯ୍ୟକ୍ରମଗୁଡ଼ିକୁ ରୋକିବା ସହ ଅନ୍ତେ୍ୟଷ୍ଟି କାର୍ଯ୍ୟକ୍ରମକୁ ଛୋଟ କରିବାକୁ ମଧ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ପୋଷ୍ୟ ଜୀବଜନ୍ତୁମାନଙ୍କୁ ଏହା ବ୍ୟାପିବା ସନେ୍ଦହ କରି ସେମାନଙ୍କୁ ମାରି ଦିଆଯାଉଛି । ଏହି ଭାଇରସ ବ୍ୟାପିବାର ପ୍ରଭାବ ଚୀନ୍ର ଅର୍ଥନୀତି ଉପରେ ବି ପଡୁଛି । ଏହାଯୋଗୁ ଚୀନ୍କୁ ୬୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି । ଆପଲ, ଗୁଗୁଲ ପରି ବଡ଼ ବଡ଼ କମ୍ପାାନି ଚୀନ୍ରେ ଥିବା ନିଜର ସମସ୍ତ ଅଫିସକୁ ସାମୟିକ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ସେହିପରି ରୋଗୀମାନଙ୍କୁ ଯୋଗାଇବାକୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଏବଂ ଅନ୍ୟ ସ୍ୱାସ୍ଥ୍ୟ ଉପକରଣର ଘୋର ଅଭାବ ଦେଖାଦେଇଛି । ଏଥିପାଇଁ ଚୀନ୍ର ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ସହାୟତା ଲୋଡିଛନ୍ତି ।
ବର୍ତ୍ତମାନସୁଦ୍ଧା ଚୀନ୍ରେ ୧୪,୩୮୦, ଆମେରିକାରେ ୮, ଅଷ୍ଟେ୍ରଲିଆରେ ୧୨, ବ୍ରିଟେନରେ ୨, ଫ୍ରାନ୍ସରେ ୬, ଜର୍ମାନୀରେ ୮, ଭାରତରେ ୨, ତାଇୱାନରେ ୧୦, ସିଙ୍ଗାପୁରରେ ୧୮, ଭିଏତ୍ନାମରେ ୬, କାମ୍ବୋଡିଆରେ ୧, ନେପାଳରେ ୧, ମାଲେସିୟାରେ ୮, ଜାପାନରେ ୨୦, କାନାଡାରେ ୪, ଫିନଲ୍ୟାଣ୍ଡରେ ୧, ଇଟାଲୀରେ ୨, ୟୁଏଇରେ ୫, ଶ୍ରୀଲଙ୍କାରେ ୧ , ଫିଲିପାଇନ୍ସରେ ୨, ରୁଷିଆରେ ୨, ସ୍ପେନରେ ୧, ସ୍ୱିଡେନରେ ୧, ଥାଇଲାଣ୍ଡରେ ୧୯ ଏବଂ ଦକ୍ଷିଣ କୋରିଆରେ ୧୫ ଜଣ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇସାରିଲାଣି ।
Comments are closed, but trackbacks and pingbacks are open.