ଜୟପୁର,(ବି.ବି.ନୁ୍ୟଜ୍): ଭଲ କରି ଦେଖନ୍ତୁ ଏ ଦୃଶ୍ୟ । ଶିକ୍ଷାନୁÂାନକୁ ଲାଗି ରହିଛି ପୌର ପ୍ରଶାସନର ଡମ୍ପିଂୟାର୍ଡ । କିନ୍ତୁ ଅଳିଆ ଆବର୍ଜନାର ପାହାଡ଼ ଜମିଛି ରାସ୍ତାକଡ଼ରେ । ରାସ୍ତା ଉପରେ ବି କୁଢ କୁଢ ମଇଳା । ସାମାନ୍ୟ ବର୍ଷା ହେଲେ ଦୁର୍ବିସହ ହୋଇପଡୁଛି ଜୀବନ । ଦୁର୍ଗନ୍ଧରେ ନାକ ଫାଟୁଛି । ପ୍ରଶାସନ ନିକଟରେ ଗୁହାରି କରି କରି ଥକି ପଡିଛନ୍ତି ମକାପୁଟରେ ଥିବା ଏସ୍ଏସ୍ଡି ହାଇସ୍କୁଲର ଅନ୍ତେବାସୀମାନେ । ମଙ୍ଗଳ ବିଭାଗ ଅଧୀନରେ ଥିବା ଏହି ଆଶ୍ରମ ସ୍କୁଲରେ ରହୁଛନ୍ତି ୨୬୫ ଛାତ୍ରୀ । ବର୍ଷତମାମ୍ ପ୍ରଦୂଷଣର ବଳୟ ଭିତରେ ରହି ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ତଥାପି ଆଖି ବୁଜି ଦେଇଛି ପ୍ରଶାସନ । ଗଣମାଧ୍ୟମରେ ବହୁବାର ଖବର ପ୍ରକାଶ ପରେ ବି ଚୈତନ୍ୟ ଉଦୟ ହେଉନି । ଗୋଟିଏପଟେ ମଶାମାଛିଙ୍କ ଉପଦ୍ରବ, ଅନ୍ୟପଟେ ଅସହ୍ୟ ଦୁର୍ଗନ୍ଧ । ଜ୍ୱର ସାଙ୍ଗକୁ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ଅନ୍ତେବାସୀ । ସରକାର ଯୋଗାଉଥିବା ଖାଦ୍ୟ ମୁଠାଏକୁ ଦିନଟିଏ ହେଲେ ଶାନ୍ତିରେ ଖାଇପାରୁନାହାନ୍ତି । ନିଷ୍ପତ୍ତି ନେଇଛନ୍ତି, ଏଥର ପ୍ରଶାସନ ପ୍ରତିକାର ବ୍ୟବସ୍ଥା ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ।
ଷÂରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୬୫ ଝିଅ ରହୁଛନ୍ତି ଏହି ଆଶ୍ରମ ସ୍କୁଲରେ । ସରକାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣୁଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଜୋର୍ ଦିଆଯାଉଛି । ଶିକ୍ଷାନୁÂାନର ପରିବେଶ ସବୁଜ ସୁନ୍ଦର ରହିଲେ, ସ୍ୱତନ୍ତ୍ର ପୁରସ୍କାର ଦିଆଯାଉଛି । ସୁସ୍ଥ ପରିବେଶ, ସୁସ୍ଥ ଜୀବନ ନାରା ଦେଉଛନ୍ତି ସରକାର । ମକାପୁଟ ହାଇସ୍କୁଲ କ୍ଷେତ୍ରରେ କିନ୍ତୁ ଏସବୁ କେବଳ ବିଡମ୍ବନା । ବର୍ଷ ବର୍ଷ ଧରି ପୌର ପ୍ରଶାସନ ସ୍କୁଲ ନିକଟରେ ଢାଳୁଛି ଟ୍ରକ୍ ଟ୍ରକ୍ ଅଳିଆ ଆବର୍ଜନା । ଏମିତିକି ସହରରେ ମରୁଥିବା ଗୋରୁ, କୁକୁର ଏବଂ ଶୌଚାଳୟରୁ ବାହାରୁଥିବା ମଇଳାକୁ ମଧ୍ୟ ରାସ୍ତା ଉପରେ ଢାଳି ଦେଉଛି । ଏଣେ ସ୍ୱଚ୍ଛ ଜୟପୁର, ସୁନ୍ଦର ଜୟପୁୁରର ସ୍ଲୋଗାନ ଦେଉଛି । ଧନ୍ୟ ଆମ ପୌର ପ୍ରଶାସନ । ଧନ୍ୟ ଆମ ପ୍ରଶାସନିକ ଅଧିକାରୀ । ଯେଉଁମାନେ ଛାତ୍ରୀଙ୍କ ଭବିଷ୍ୟତ ସହ ପରୋକ୍ଷରେ ଖେଳ ଖେଳୁଛନ୍ତି । ଶାନ୍ତିରେ ପାଠ ପଢିବା ଲାଗି ସୁଯୋଗ ଦେଉନାହାନ୍ତି । ଅନ୍ତେବାସୀମାନେ ‘ପ୍ରମେୟ’କୁ କହିଛନ୍ତି ଯେ, ପ୍ରଶାସନିକ ଅଧିକାରୀମାନେ ଥରୁଟିଏ ଏଠାରେ ପାଦ ପକାନ୍ତୁ । ନିଜ ଆଖିରେ ସେମାନେ ଭୋଗୁଥିବା ଦୁର୍ଦ୍ଧଶାକୁ ପରଖନ୍ତୁ । ଥରୁଟିଏ ଏହି ରାସ୍ତାରେ ଚାଲି ଚାଲି ଯାଆନ୍ତୁ । ନାକରେ ବିନା ରୁମାଲ୍ ଦେଇ ଯଦି ଅଧା କିଲୋମିଟର ପାରି ହୋଇଯିବେ -ସେମାନେ ଆଉ କେବେହେଲେ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ନାହିଁ । ଦୁଃଖର ବିଷୟ, ମଙ୍ଗଳ ବିଭାଗର ଅଧିକାରୀମାନେ କରୁଛନ୍ତି କ’ଣ । ସେମାନେ ବି ଥରୁଟିଏ ହେଲେ ସ୍କୁଲରେ ପାଦ ପକାଉ ନାହାନ୍ତି । ତେଣୁ ପିଲାଙ୍କ ପାଦ ଓ ଶରୀରରେ ଲାଗୁଥିବା ମଇଳା ସଂପର୍କରେ ଜାଣିବେ ବା କିପରି । ଟିକିଏ ପବନ ବୋହିଲେ ଛାତ୍ରୀନିବାସରେ ରାଜୁତି କରୁଛି ଦୁର୍ଗନ୍ଧ । ଖାଇବା ଥାଳି ପାଖରୁ ମୁହଁ ଫେରାଇ ନେଉଛନ୍ତି ଅନ୍ତେବାସୀ । ଅଧା ଦିନ ଖାଲି ପେଟରେ ଶୋଉଛନ୍ତି । ଏକଥା ପ୍ରଶାସନ ବୁଝିବା ଦରକାର । ବର୍ଷାରେ ମକାପୁଟ ସ୍କୁଲକୁ ଲମ୍ବିଥିବା ରାସ୍ତାର ଶୋଚନୀୟ ଅବସ୍ଥା ଥରୁଟିଏ ନିରେଖି ଦେଖିବା ଦରକାର । ଏଥିପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଥରୁଟିଏ ସ୍କୁଲ ପରିଦର୍ଶନ ପାଇଁ ନିବେଦନ କରିଛନ୍ତି ଅନ୍ତେବାସୀ ଏବଂ ଅଭିଭାବକ ।
ଆବର୍ଜନାର ପାହାଡ଼ ଭିତରେ ଅଭିଶପ୍ତ ଜୀବନ ବିତାଉଥିବା ଅନ୍ତେବାସୀଙ୍କ ଅଭିଭାବକମାନେ ଗତ ଜାନୁଆରୀ ୨୫ ତାରିଖରେ ଜୟପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କ ପିଲା ଭୋଗୁଥିବା ଯନ୍ତ୍ରଣା ସମ୍ପର୍କରେ ବଖାଣିଥିଲେ । ତା ପୂର୍ବରୁ ସହରର ବରିÂ ନାଗରିମାନେ ବି ଉପଜିଲ୍ଲାପାଳଙ୍କୁ ଭେଟି ଡମ୍ପିଂ ୟାର୍ଡ ହଟାଇବା ଲାଗି ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ । ଏହାକୁ ନେଇ ୟୁଟିଲିଟି କୋର୍ଟରେ ମାମଲା ରୁଜୁ ହୋଇଛି । ତଥାପି ନା ହଟୁଛି ଡମ୍ପିଂୟାର୍ଡ ନା ଦୂର ହେଉଛି ଅନ୍ତେବାସୀଙ୍କ ଦୁର୍ଦ୍ଧଶା । ଏବେ ଦେଖିବାର କଥା, ଅନ୍ତେବାସୀଙ୍କ ନିବେଦନ ରକ୍ଷା କରି ଜିଲ୍ଲାପାଳ ଏହି ସ୍କୁଲରେ କେବେ ପାଦ ପକାଉଛନ୍ତି ।
Comments are closed, but trackbacks and pingbacks are open.