ଡେରାବିଶ,(ବି.ବି.ନୁ୍ୟଜ୍): ବାପାଙ୍କ ମୃତୁ୍ୟ ପରେ ପରିବାରର ବୋଝ ନିଜ କାନ୍ଧକୁ ଉଠାଇବାକୁ ପଡ଼ିଥିଲା । ମଜୁରି ଲାଗି ଗୁଜୁରାଣ ମେଣ୍ଟାଇବାକୁ ପଡ଼ିଥିଲା । ତଥାପି, ଯାବତୀୟ ଅଭାବ, ଅସୁବିଧା ଓ ପ୍ରତିକୂଳତା ଭିତରେ ବି ପାଠ ପଢି ନିଜ କଲେଜର ଟପର୍ ହୋଇଛନ୍ତି ଡେରାବିଶ ବ୍ଳକ ବେଣୀପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ସ୍ୱର୍ଗତ ନିର୍ମଳ ଘଡାଇଙ୍କ ପୁଅ ସୌମ୍ୟରଞ୍ଜନ । ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ସେ ୭୮ ପ୍ରତିଶତ ନମ୍ବର ରଖି ନିକିରାଇସ୍ଥିତ ବୀରହନୁମାନଜିଉ କଲେଜର ଟପର୍ ହୋଇପାରିଛନ୍ତି । ଦିନରେ ଅନ୍ୟମାନଙ୍କର ମୂଲ ମଜୁରି ଲାଗିବା ସହିତ ରାତିରେ ସିଲେଇ କରନ୍ତି ସୌମ୍ୟରଂଜନ । ଏଥିରୁ ଯାହା ରୋଜଗାର ହୁଏ ପରିବାର ଚଳାଇବା ସହିତ ନିଜର ଓ ଭଉଣୀର ପାଠପଢ଼ାରେ ଖର୍ଚ୍ଚ କରନ୍ତି । ଷÂ ଶ୍ରେଣୀରେ ପାଠ ପଢ଼ୁଥିବା ତାଙ୍କ ଭଉଣୀ ରୁନୁପ୍ରିୟା ମଧ୍ୟ ଜଣେ ମେଧାବୀ ଛାତ୍ରୀ ।
ସଦାନନ୍ଦପୁର ଗ୍ରାମର ଅ ନିର୍ମଳ ଘଡ଼ାଇଙ୍କର ପରିପୂର୍ଣ୍ଣ ସଂସାର ଥିଲା ସ୍ତ୍ରୀ ଉର୍ମିଳା ଓ ଦୁଇ ପୁଅଝିଅଙ୍କୁ ନେଇ । ପୁଅ ଝିଅ ସମସ୍ତେ ଭଲ ପାଠ ପଢ଼ୁଥିଲେ । ସବୁ ଠିକ୍ ଠାକ୍ ଚାଲିଥିଲା । ୨୦୧୭ ମସିହାରେ ନିର୍ମଳଙ୍କର ଅଚାନକ ମୃତୁ୍ୟ ପରେ ପତ୍ନୀ ଉର୍ମିଳା ବେସାହାରା ହୋଇଯାଇଥିଲେ । ପରିବାର ଉପରକୁ ଅଭାବ ଅନଟନର ଅନ୍ଧାର ମାଡ଼ି ଆସିଥିଲା । ତଥାପି ଉର୍ମିଳା ସାହସ ଜୁଟାଇଥିଲେ ପିଲାମାନଙ୍କୁ ମଣିଷ କରିବାକୁ । ଆଶାକର୍ମୀ ଭାବେ ଦିନରେ ନିଜ ଦାୟିତ୍ୱ ତୁଲାଇବା ସହ ରାତିର ଅବସର ସମୟରେ ବିଡ଼ି ତିଆରି କରି ଦି’ ପଇସା ରୋଜଗାର କରୁଥିଲେ । କିନ୍ତୁ ଏହି ସ୍ୱଳ୍ପ ଅର୍ଥରେ ପରିବାର ଚଳାଇବା ସହ ପୁଅ ଝିଅଙ୍କର ପାଠପଢ଼ା ଖର୍ଚ୍ଚ ତୁଲାଇବା ଏକପ୍ରକାର ଅସମ୍ଭବ ହୋଇପଡ଼ିଥିଲା । ଯେତିକି ଅର୍ଥ ରୋଜଗାର କରୁଥିଲେ ସେତିକିରେ ଘର ଚଳିବା କଷ୍ଟକର ହୋଇପଡୁଥିଲା । ପରିବାର ବୋଝ ସହିତ ପୁଅଝିଅଙ୍କ ପାଠପଢ଼ା ଚିନ୍ତା ତାଙ୍କୁ ରୋଗଗ୍ରସ୍ତ କରିଦେଇଥିଲା । ସୌମ୍ୟରଞ୍ଜନ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ନିକିରାଇସ୍ଥିତ ବୀରହନୁମାନଜିଉ କଲେଜରେ ୍ମ୨ ବିଜ୍ଞାନରେ ନାମ ଲେଖାଇଥିଲେ । ମଝିରେ ଉକ୍ତ କଲେଜରେ ଫିଜିr ଅଧ୍ୟାପକ କେହି ନଥିଲେ । ଏଣୁ ଫିଜିr ପଢ଼ିବା ପାଇଁ କେନ୍ଦ୍ରାପଡ଼ାର ଏକ ମହାବିଦ୍ୟାଳୟରେ ଲୁଚାଛପାରେ କ୍ଲାସ କରିବାକୁ ସେ ବାଧ୍ୟ ହୋଇଥିଲେ । ତେବେ ପାଠପଢା ପ୍ରତି ଏଭଳି ଆଗ୍ରହ ପାଇଁ ସେଠି ଜଣେ ଅଧ୍ୟାପକଙ୍କ ଦ୍ୱାରା ଧରାପଡ଼ି ଥରେ ଅପମାନିତ ହୋଇଥିଲେ ସେ । ତାଙ୍କୁ କ୍ଲାସରୁ ବିଦା କରି ଦିଆଯାଇଥିଲା । ହେଲେ ସେ ନିଜ ଜିଦ୍ରୁ ଓହରି ନଥିଲେ । ପରିବାର ବୋଝ ସହିତ ପାଠପଢ଼ା ଖର୍ଚ୍ଚ ଉଠାଇବାକୁ ଦିନରେ ଅନ୍ୟର ମୂଲ ମଜୁରି ଲାଗିବା ସହ, ଏକ ସିଲେଇ ମେସିନ୍ କିଣି ଘରେ ରାତିରେ ସିଲେଇ କରିବା ଆରମ୍ଭ କରିଥିଲେ । ତା ଭିତରେ ଯାହା ସମୟ ବଳେ ସେଥିରେ ପାଠ ପଢ଼ନ୍ତି । ଚଳିତ ବର୍ଷ +୨ ବିଜ୍ଞାନରେ ସେ ୭୮ % ନମ୍ୱର ରଖି କଲେଜରେ ଟପର୍ ହୋଇଛନ୍ତି । ଭବିଷ୍ୟତରେ ଜଣେ ଅଧ୍ୟାପକ ହେବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି । ହେଲେ ପୁଅର ଏ ଆଶା କିପରି ପୂରଣ ହେବ ଏହା ଭାବି ଭାବି ମା’ ଉର୍ମିଳା ମାନସିକ ଚାପଗ୍ରସ୍ତ ହୋଇପଡୁଛନ୍ତି । ଝିଅ ରୁନୁ ମଧ୍ୟ ଖୁବ୍ ଭଲ ପାଠ ପଢ଼ୁଛି । ଉଭୟଙ୍କ ପାଠପଢ଼ା ପାଇଁ ଅର୍ଥର ନିହାତି ଆବଶ୍ୟକତା ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ମେଧାବୀ ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇବାକୁ ମତ ପ୍ରକାଶ ପାଉଛି ।
Comments are closed, but trackbacks and pingbacks are open.