ମଞ୍ଚରେ ଟଳିପଡି଼ ଦାୟାଦଙ୍କ ଦେହାନ୍ତ

Get real time updates directly on you device, subscribe now.

ନବରଙ୍ଗପୁର, (ବି.ବି.ନ୍ୟୁଜ୍): ପାପଡାହାଣ୍ଡି ଗୁଳିକାଣ୍ଡ ଦିବସର ଅବ୍ୟବହିତ ପୂର୍ବରୁ ଚାଲିଥିଲା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ସ୍ମୃତିଚାରଣ । ଭାବବିହ୍ୱଳ ହୋଇ ଭାଷଣ ଦେଉଥିବା ବେଳେ ହଠାତ୍ ମଞ୍ଚରେ ଟଳି ପଡ଼ିଲେ ଜଣେ ସଂଗ୍ରାମୀଙ୍କ ଦାୟାଦ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ ଦାୟାଦ ଜଣଙ୍କ ହେଉଛନ୍ତି ଭଦ୍ରକ କଚେରୀସାହି ଅଞ୍ଚଳର ସଂଗ୍ରାମୀ ବୈକୁଣ୍ଠନାଥ ନାୟକଙ୍କ ପୁଅ ଜଗବନ୍ଧୁ ନାୟକ(୭୧) । ରକ୍ତତୀର୍ଥ ଇରମ୍ ମାଟିର ଏହି ବ୍ୟକ୍ତି ଜଣଙ୍କ ଅନ୍ୟ ୬ଜଣ ସଂଗ୍ରାମୀଙ୍କ ଦାୟାଦ ସହ ଆଜି ନବରଙ୍ଗପୁରରେ ପହଞ୍ଚିଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଶାସନ ପକ୍ଷରୁ ଆଜି ରାତିରେ ତାଙ୍କ ମୃତଦେହକୁ ଭଦ୍ରକ ପଠାଇବା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons