ବାଙ୍ଗିରିପୋଷି,(ବି.ବି.ନୁ୍ୟଜ୍): ପୁଲିସର ହାତ କବ୍ଜାରେ ପଡିଛନ୍ତି ଜଣେ ମଦୁଆ ବସ ଚାଳକ । ବିଶ୍ୱକର୍ମା ପୂଜାରେ ମଦ ପିଇ ବିଶ୍ୱକର୍ମା ଧରି ନିରୀହ ଯାତ୍ରୀଙ୍କ ଜୀବନ ବିପଦ ପକାଇବା ଅପରାଧରେ ତାଙ୍କୁ ଗିରଫ କରିଛି ବାଙ୍ଗିରିପୋଷି ପୁଲିସ । ମିଳିଥିବା ସୂଚନା ମୁତାବକ, ଓଡି୧୧ଏ୭୬୬୯ ନମ୍ବର ବିଶିଷ୍ଟ ବାରିପଦାରୁ କରଂଜିଆ ଚାଲୁଥିବା ମା ଅମ୍ବିକା ନାମକ ଏକ ଘୋରେଇ ବସର ଚାଳକ ସନ୍ତୋଷ କୁମାର ମହାନ୍ତ ଆଜି ମଦ ପିଇ ଗାଡି ଚଳାଉଥିବାର ବସଯାତ୍ରୀ ମାନେ ବାଙ୍ଗିରିପୋଷି ପୁଲିସକୁ ଅଭିଯୋଗ କରିଥିଲେ । ବସଟି ବାରିପଦା ଅଭିମୁଖେ ଯାଉଥିବା ବେଳେ ଦ୍ୱାରଶୁଣି ଘାଟି ମଧ୍ୟରେ ଅଳ୍ପକେ ଟ୍ରକ ସହ ଦୁର୍ଘଟଣାରୁ ବର୍ତୀଥିଲା ।

ଫଳରେ ଆରୋହୀ ମାନେ ଭୟଭୀତ ହୋଇ ପୁଲିସର ସାହାରା ନେଇଥିଲେ । ଅଭିଯୋଗ ପାଇ ବାଙ୍ଗିରିପୋଷି ପୁଲିସ ବସଟିକୁ ଅଟକାଇ ଚାଳକକୁ ଗିରଫ କରିଥିଲେ । ଏଥିନେଇ ଥାନାରେ ମଟର ଭେଇକେଲ ଆକ୍ଟ ଅନୁସାରେ ୯/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତା ବୁଧବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି । ତେବେ ବାଙ୍ଗିରିପୋଷି ଅଂଚଳରେ ନୀୟମ କଡାକଡି ହେବା ପରେ ମଦୁଆ ଚାଳକ ଗିରଫ ହେବା ପ୍ରଥମ ଘଟଣା । ଅନ୍ୟପକ୍ଷେ ଯାତ୍ରୀବାହୀ ଯାନଗୁଡିକରେ ଚାଳକ ମାନଙ୍କୁ ଅଧିକ ସର୍ତକ ହୋଇ ଗାଡି ଚଳାଇବାକୁ ଉଦ୍ୟମ କରିବା ବଦଳରେ ମଦ ପିଇ ଯାତ୍ରୀ ମାନଙ୍କର ଜୀବନ ବିପଦରେ ପକାଇବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।
Comments are closed, but trackbacks and pingbacks are open.