କେନ୍ଦୁଝର,(ବି.ବି.ନୁ୍ୟଜ୍): ଅଗ୍ନିକୁ ସାକ୍ଷୀ ରଖି ପତ୍ନୀର ସୁରକ୍ଷା ପାଇଁ ଶପଥ ନେଇଥିଲା ସ୍ୱାମୀ । ଆଜି ନୃସଂଶ ପାଲଟିଗଲା । ମଦ ନିଶାରେ ଟାଙ୍ଗିଆରେ ହାଣି ପତ୍ନୀକୁ ହତ୍ୟା କରିଛି । ଏ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡୁମୁରିଆ ଗ୍ରାମରେ ଘଟିଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ସୁନିଆ ମୁଣ୍ଡାକୁ ଗିରଫ କରିଛି ।
ରବିବାର ସନ୍ଧ୍ୟାରେ ଡୁମୁରିଆ ଗ୍ରାମର ସୁନିଆ ମୁଣ୍ଡା ପ୍ରଚୁର ନିଶା ଖାଇ ଘରେ ପତ୍ନୀ ମାନି (୪୨)କୁ ଗାଳିଗୁଳଜ କରିଥିଲେ । ପ୍ରତିଦିନ ଏଭଳି ଅଭାବନୀୟ ଘଟଣାକୁ ସାମ୍ନା କରୁଥିବା ପତ୍ନୀ ସହିବାର ସୀମା ଟପିବାରୁ ପ୍ରତିବାଦ କରିଥିଲା । ଫଳରେ ସୁନିଆର ମୁଣ୍ଡ ବିଗିଡି ଯାଇଥିଲା । ପତ୍ନୀକୁ ଭୟଭୀତ କରିବା ଉଦେ୍ଧଶ୍ୟରେ ଟାଙ୍ଗିଆ ବାହାର କରି ଆଣିଥିଲା । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ରତର ହୋଇଥିଲା । ଫଳରେ ସୁନିଆ ଧାରୁଆ ଟାଙ୍ଗିଆରେ ପତ୍ନୀ ମାନିର ମୁଣ୍ଡରେ ଆକ୍ରମଣ କରିଥିଲା । ମାନିର ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ରକ୍ତସ୍ରାବ ହେବାରୁ ମୃତୁ୍ୟ ଘଟିଛି । ହତ୍ୟା କରିବା ପରେ ଅଭିଯୁକ୍ତ ଘରୁ ଫେରାର ହୋଇଯାଇଥିଲା । ପାଟଣା ପୁଲିସ ଏବଂ ଘଟଗାଁ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛନ୍ତି । ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଚତୁରତାର ସହିତ ଗିରଫ କରିଥିବା ଜଣାପଡିଛି । ପ୍ରକାଶଥାଉକି, ସ୍ଥାନୀୟ ମହୁଲଡିହା ଗ୍ରାମରେ ଚୋରା ମଦ କାରବାର ଯୋଗୁ ଅପରାଧ କାର୍ଯ୍ୟକଳାପ ବଢ଼ି ଚାଲିଥିବାରୁ ହତ୍ୟା, ଗୋÂ ସଂଘର୍ଷ ସହିତ ଚୋରି, ରାହାଜାନୀ ବଢ଼ୁଥିବା ଉଦ୍ବେଗର ବିଷୟ ହୋଇଛି ।
Comments are closed, but trackbacks and pingbacks are open.