କୁଆରମୁଣ୍ଡା,(ବି.ବି.ନୁ୍ୟଜ୍): ଜଣେ ମଦ୍ୟପ ବାପାର ନୃଶଂସା କାଣ୍ଡ ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି । ମଦ୍ୟପାନ କରି ଘରକୁ ଆସିଥିବା ବେଳେ ପତ୍ନୀ ସହ ପାଟିତୁଣ୍ଡ ହେବା ସହ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ମଦ୍ୟପ ବାପା ତାଙ୍କର ଏକ ୩ ମାସର ଶିଶୁ ପୁତ୍ରକୁ ଉଠାଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାର ମୃତୁ୍ୟ ଘଟିଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅବନ ବିଞ୍ଝିଆ (୪୫) ବୀରମିତ୍ରପୁର ଥାନା ଅନ୍ତର୍ଗତ କୁମଝରିଆ ଗ୍ରାମପଞ୍ଚାୟତର ଭଦରପୁର ଗ୍ରାମରେ ପରିବାର ସହ ବସବାସ କରନ୍ତି । ଅବନ ଜଣେ ଦିନମଜୁରିଆ ଭାବେ କାମ କରନ୍ତି । ତେବେ ସେ ପ୍ରତିଦିନ ମଦ୍ୟପାନ କରି ଘରକୁ ଫେରନ୍ତି । ଏପରିକି ଦିନ ଯାକର ରୋଜଗାର ମଦ ଭାଟିରେ ଚାଲିଯାଏ । ଫଳରେ ପରିବାର ଆର୍ଥିକ ଅନଟନ ମ%୍ୟରେ ଗତି କରୁଥିବା ବେଳେ ଏହାକୁ ବାରଣ କଲେ ପତ୍ନୀଙ୍କୁ ମାଡ଼ ଗାଳି ଖାଇବାକୁ ହୁଏ । ଏ ନେଇ ପରିବାରରେ ବାରମ୍ବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲେ ହେଁ ଅବନଙ୍କ କ୍ଷେତ୍ରରେ କୌଣସି ପ୍ରଭାବ ପଡେ଼ନାହିଁ । ଏହି ପରିପ୍ରେକ୍ଷୀରେ ଗତକାଲି ଅବନ କାର୍ଯ୍ୟରୁ ଫେରିବା ବେଳେ ମଦ ଭାଟିରେ ଦିନକର ଅର୍ଜିତ ଟଙ୍କା ମଦ ପିଇବାରେ ସାରି ଦେଇ ଆସିଥିଲେ । ଅତ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଅବନ ଘରକୁ ଫେରିଥିବାବେଳେ ପତ୍ନୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅବନ ଶୋଇଥିବା ତାଙ୍କର ୩ ମାସର ଶିଶୁପୁତ୍ରକୁ ଉଠାଇ କଚାଡ଼ି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତୁ୍ୟ ଘଟିଥିଲା । ଆଜି ସକାଳେ ବୀରମିତ୍ରପୁର ଥାନା ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅବନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.