ମଦ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ବୋରିଗୁମ୍ମା,(ବି.ବି.ନୁ୍ୟଜ): ବୋରିଗୁମ୍ମା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ପୁଲିସ୍ର ମିଳିତ ଚଢଉ କରାଯାଇ ୫୩୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହି କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେ ହେଲେ ହାଟଗୁଡ଼ା ଗାଁର ଅଭିମନୁ୍ୟ ବିଶୋଇ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ କେ.ତ୍ରିପତି ପ;ନାୟକ ସୂଚନା ଦେଇଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକ ମନୋଜକୁମାର ସେଠୀଙ୍କ ନିଦେ୍ର୍ଧଶରେ ବ୍ଲକ୍ର ହାଟଗୁଡ଼ା, ଲଦିଯୋଡ଼ି ଓ ଶଙ୍କରଡା ଗାଁରେ ଅବକାରୀ ଓ ପୁଲିସ୍ର ମିଳିତ ଚଢଉ କରାଯାଇଥିଲା । ହାଟଗୁଡ଼ା ଗାଁର ଅଭିମନୁ୍ୟଙ୍କ ଘରେ ଚଢଉ କରାଯାଇ ୧୫ଲିଟର ଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା । ସେହିପରି ଲଦିଯୋଡ଼ି ଏବଂ ଶଙ୍କରଡା ଗାଁରେ ଚଢଉ କରାଯାଇଥିଲା । ଦେଶୀ ମଦ ପ୍ରସ୍ତୁତି ସ୍ଥାନରୁ ୯ ହଜାର ୯୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା । ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସହ ସହ ୫୨୦ଲିଟର ମଦ ଜବତ କରାଯାଇଥିଲା । ଏ ସମ୍ପର୍କରେ ଅବକାରୀ ଥାନାରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଅବକାରୀ ଥାନା ଅଧିକାରୀ ଶ୍ରୀ ପ;ନାୟକଙ୍କ ନେତୃତ୍ୱରେ ଏଏସ୍ଆଇ ହେମନ୍ତ କୁମାର ବାଘ, କାହ୍ନୁ ମୁଦୁଲି, ନରେନ୍ଦ୍ର ଭତ୍ରା, ଈଶ୍ୱରୀ ପୂଜାରୀଙ୍କ ସମେତ କୋରାପୁଟରୁ ଷ୍ଟ୍ରାଇକିଂ ଏବଂ ଏପିଆର୍ ଫୋର୍ସ ଚଢଉରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons