ମଦ ଜବତ, ୨ ଗିରଫ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସଦର ଥାନା ଗୁଞ୍ଜିଗୁଡ଼ାର ସୋନୁ ରଣା(୪୫) ଏବଂ ମୁଳାସରର ଧୋବି ହରିଜନ(୩୫) । ଉଭୟଙ୍କ ପାଖରୁ ୬୮ ଲିଟର ମଦ ସହ ଏକ ବାଇକ୍ ଜବତ କରାଯାଇଛି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଉଷାବତୀ ଗୌଡ଼ କହିଛନ୍ତି । ଉଷାବତୀଙ୍କ ସୂଚନା ଅନୁଯାୟୀ, ଆଜି ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପାଟ୍ରୋଲିଂରେ ସାମିଲ ଥିଲେ । ଅଭିଯୁକ୍ତମାନେ ୨ଟି ବସ୍ତାରେ ମଦ ଚାଲାଣ କରୁଥିବା ବେଳେ ଅଟକାଯାଇଥିଲା । ଯାଞ୍ଚ ବେଳେ ସୋନୁ ପାଖରୁ ୩୬ ଏବଂ ଧୋବି ପାଖରୁ ୩୨ ଲିଟର ମଦ ଜବତ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons