ମଦ ଦୋକାନ ଆଗରେ ଗଣ୍ଡଗୋଳ

Get real time updates directly on you device, subscribe now.

ବାହାନଗା, (ବି.ବି.ନୁ୍ୟଜ୍): ମଦ ପିଇବାକୁ ନେଇ ଦୁଇ ଗୋÂୀ ମଧ୍ୟରେ ପ୍ରଥମେ ବଚସା ହେଲା । ପରେ ଗଣ୍ଡଗୋଳର ରୂପ ନେଲା । ପରିସ୍ଥିତି ଏପରି ହେଲା ଯେ ରକ୍ତମୁଖା ଯୁବକମାନେ ପୁଲିସକୁ ଆକ୍ରମଣ କରି ଲହୁଲୁହାଣ କରିଦେଲେ । ଗତ ମଙ୍ଗଳବାର ଏମିତି ଅଭାବନୀୟ କାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ ଗୋପାଳପୁରସ୍ଥିତ ପାଇକସ୍ତା ଗ୍ରାମରେ ଥିବା ଗୋଟିଏ ସରକାରୀ ମଦ ଦୋକାନ ସମ୍ମୁଖରେ ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ କେତେକ ଯୁବକ ଗୋପାଳପୁରସ୍ଥିତ ପାଇକସ୍ତା ଗାଁରେ ଥିବା ସରକାରୀ ମଦ ଦୋକାନରେ ମଦ ମାଗିଥିଲେ । ହୋଲି ଉତ୍ସବ ପାଇଁ ଦୋକାନ ବନ୍ଦ ଥିବାରୁ ମଦ ଦେଇ ପାରିବେ ନାହିଁ ବୋଲି ଦୋକାନୀ କହିଥିଲେ । ମାତ୍ର ଯୁବକମାନେ ମଦ ନେବାକୁ ଜିଦ୍ ଧରିଥିଲେ । ଉକ୍ତ ଯୁବକମାନଙ୍କୁ ଅନ୍ୟ କେତେକ ଯୁବକ ତୀବ୍ର ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ଗୋÂୀ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଘଟଣା ଉଗ୍ରରୂପ ଧାରଣ କଲା । ଖବରପାଇ ଗୋପାଳପୁର ଫାଣ୍ଡି ଓ ଖନ୍ତାପଡ଼ା ଥାନା ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଗୋଟିଏ ଗୋÂୀର କିଛଇ ଯୁବକ ମାରଣାସ୍ତ୍ର ଓ ଠେଙ୍ଗାରେ ପୁଲିସ କର୍ମଚାରୀମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଖନ୍ତାପଡ଼ା ଥାନା ଏଏସ୍ଆଇ କ୍ରିଷ୍ଣା ପିଙ୍ଗୁଆଙ୍କ ମୁହଁରୁ ରକ୍ତସ୍ରାବ ହୋଇଥିଲା । ଏଥିସହିତ ୫ ଜଣ କନ୍ଷ୍ଟେବଲ ଗୁରୁତର ହୋଇଥିଲେ । ଆକ୍ରମଣକାରୀମାନେ ଖସି ପଳାଇ ଯାଇଥିଲେ । ଖବରପାଇ ଖନ୍ତାପଡ଼ା ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା, ଏସ୍ଡିପିଓ ପ୍ରଭାସ ପାଲ, ଅତିରିକ୍ତ ଏସ୍ପି ତପନ କୁମାର ପ;ନାୟକ, ଶେରଗଡ଼ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ଗୋସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପୁଲିସଙ୍କୁ ପ୍ରଥମେ ଗୋପାଳପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଉକ୍ତ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଅନ୍ୟମାନଙ୍କୁ ଧରିବାକୁ ପୁଲିସ ତନାଘନା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons