ଭଦ୍ରକ୨: ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଂଚଳର ଏକ ସରକାରୀ ଦେଶୀ ମଦ ଦୋକାନ ଖୋଲା ଯିବା ପାଇଁ ସ୍ଥାନ ନିରୂପଣ ହୋଇଛି। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ମହିଳାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେଣୁ ଏହି ବିଜ୍ଞାପିତ ଅଂଚଳର ପ୍ରସ୍ତାବିତ ସ୍ଥାନରୁ ଏହି ଦେଶୀ ମଦ ଦୋକାନ ନ ଖୋଲିବା ପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ତେଣୁ ଆଜି ଧାମନଗର ବିଜ୍ଞାପିତ ଅଂଚଳ ପରିଷଦର ମୁସଲିମ ମହିଳାମାନେ ଭଦ୍ରକ ଜିଲ୍ଲପାଳକୁ ଭେଟି ଏକ ଦାବି ପତ୍ର ଦେବା ସହିତ ସେଠାରେ ମଦ ଦୋକାନ ନ ଖୋଲିବା ପାଇଁ ଅନୁରୋଧ କରିଛନ୍ତି । ଏଠାରେ ଦେଶୀ ମଦ ଦୋକାନ ଖୋଲା ଗଲେ ପାଖରେ ଥିବା ବିଦ୍ୟାଳୟ ର ଶିକ୍ଷା ଦାନ ବିପର୍ୟ୍ୟସ୍ତ ହୋଇ ପଡିବା ସହିତ ଦୈନିକ ଅସାମାଜିକ କାର୍ୟ୍ୟକଳାପ ବଢ଼ି ଚାଲିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ପୁର୍ନବିଚାର କରା ନ ଯାଏ ତେବେ ମହିଳା ମାନେ ବାଧ୍ୟ ହୋଇ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.