କେନ୍ଦୁଝର,(ବି.ବି.ନୁ୍ୟଜ୍): ମଦ ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଲା ପୁଅ । ଏପରି ଅଭାବାନୀୟ ଘଟଣା କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ମୁଣ୍ଡା ସାହିଲେ ଘଟିଛି । ମୁଣ୍ଡା ସାହିର ବୁଧୁ ବେଣ୍ଟକାର ନିଜ ମା’ ରଜନୀଙ୍କୁମଦ ପିଇବା ପାଇଁ ୨ ଦିନ ପୂର୍ବେ ଟଙ୍କା ମାଗିଥିଲେ । କିନ୍ତୁ ରଜନୀ ତାଙ୍କୁ ମଦ ପିଇବାକୁ ବାରଣ କରିବା ସହ ଏଥିପାଇଁ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ । ଏଥିରେ ଉତ୍ତେକ୍ତ ହୋଇ ବୁଧୁ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲେ । ଗୁରୁତର ରଜନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ଲୋକେ ସଦର ପୋଲିସକୁ ଖବର ଦେଇଥିଲେ ମଧ୍ୟ ପୁଅ ଏପର୍ଯ୍ୟନ୍ତ ଫେରାର ଥିବା ଜଣା ପଡିଛି । ସଦର ପୋଲିସ ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.