ମଦ ପିଆଇ ମହିଳାଙ୍କୁ ଗଣବଳାକ୍ରାର

Get real time updates directly on you device, subscribe now.

ସମ୍ୱଲପୁର, (ବି.ବି.ନୁ୍ୟଜ୍): ହାଇଦ୍ରାବାଦ ଗଣବଳାକ୍ରାର ଘଟଣାର ୪ ଜଣ ଅଭିଯୁକ୍ତଙ୍କୁ ଅନ୍ ସ୍ପଟ୍ ଏନ୍କାଉଣ୍ଟର ପରେ ଧର୍ଷଣ ଭଳି କୁତ୍ସିତ ପୈଶାଚିକ ମନୋବୃତ୍ତି ରଖୁଥିବା ଅପରାଧୀଙ୍କ ମଧ୍ୟରେ ଭୟ ସଞ୍ଚାର ହେବ, ଏଭଳି ଅପରାଧିକ ଘଟଣା କମିବା ନେଇ ଯେଉଁ ଆଶାପୋଷଣ କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି । ଗତ ରାତିରେ ଅନୁରୂପ ଭାବେ ଜଣେ ବିବାହିତା ମହିଳାଙ୍କୁ ଜବରଦସ୍ତ ନିଶାସକ୍ତ କରି ୪ ଜଣ ଦୁର୍ବୃତ୍ତ ବଳାକ୍ରାର କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛନ୍ତି । ଏଭଳି ଲୋମହର୍ଷଣକାରୀ ଘଟଣାଟି ଘଟିଛି ସମ୍ବଲପୁର ସହରରେ ।
ମିଳିଥିବା ସୂଚନା ମତେ ଗତ ବିଳମ୍ୱିତ ରାତିରେ ଅଇଁଠାପାଲି ଥାନାଞ୍ଚଳର ଉକ୍ତ ମହିଳା ଜଣକ କୌଣସି କାମରେ ଘରୁ ବାହାରକୁ ବାହାରିଥିଲେ । ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଜାତୀୟ ରାଜପଥ ଦେଇଯାଉଥିବା ୪ ଜଣ ଦୁର୍ବୃତ୍ତ ତାଙ୍କୁ ଦେଖି ଅଟକି ଯାଇଥିଲେ । ସେମାନେ ମହିଳାଙ୍କୁ ଜୋରଜବରଦସ୍ତ ମଦ ପିଆଇ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଟେକି ନେଇଥିଲେ । ସେଠାରେ ଜଣେ ପରେ ଜଣେ ତାଙ୍କୁ ବଳାକ୍ରାର କରିଥିଲେ । ନିଶାସକ୍ତ ଯୁବକମାନେ ପ୍ରମାଣ ନଷ୍ଟ କରିବାକୁ ମହିଳାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ସେମାନେ ମହିଳାଙ୍କ ଗୁପ୍ତାଙ୍ଗ ଓ ଛାତିରେ ଆଘାତ କରିଥିଲେ । ମହିଳା ଜଣକ ଚେତାଶୂନ୍ୟ ହୋଇଯିବା ପରେ ମରିଗଲା ଭାବି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେଠାରେ ରାତିସାରା ଶୀତ କାକରରେ ମହିଳା ଜଣକ ଚେତାଶୂନ୍ୟ ହୋଇପଡ଼ି ରହିଥିଲେ । ସକାଳୁ କୌଣସି ମତେ ପୁଲିସ୍ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନେଇଥିଲା । ବୁର୍ଲା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିଲେ ହେଁ ଖବର ଲେଖାଯିବା ପର୍ଯ୍ୟନ୍ତ (ରାତି ସାଢେ଼ ୮ଟା) ସୁଦ୍ଧା ସେ ନିଶାମୁକ୍ତ ହୋଇନଥିବା ଓ ତାଙ୍କ ସମ୍ପୂର୍ଣ୍ଣ ଚେତା ଫେରିନଥିବା ଜଣାପଡ଼ିଛି । ଭିମସାରରେ ମହିଳାଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟ ପକ୍ଷରେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ୪ ଜଣ ଯୁବକଙ୍କୁ ଅଟକ ରଖି ଏକ ଅଜ୍ଞାତ ସ୍ଥାନରେ ପଚରା ଉଚରା ଜାରି ରଖିଥିବା ଜଣାପଡ଼ିଛି ।
ଘଟଣାଟି ସମ୍ୱେଦନଶୀଳ ହୋଇଥିବାରୁ କୌଣସି ପୁଲିସ୍ ଅଧିକାରୀ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି । ବୁର୍ଲା ଡାକ୍ତରଖାନାରେ ଏସ୍ଡିପିଓ ଶିଶୁରଞ୍ଜନ ମହାପାତ୍ର, ଡିଏସ୍ପି ସୁଜାତା ପଣ୍ଡା, ଇନ୍ସପେକ୍ଟର ମମତା ନାଏକ, ଇନ୍ସପେକ୍ଟର ବି.ବି ଭୋଇ ପ୍ରମୁକ ପହଞ୍ଚô ତନାଘନା ଚଳାଇଛନ୍ତି । ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମାମଲାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦ୍ରୁଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons