ମଦ ପିଇବାକୁ ଟଙ୍କା ଦେଲେନି :ଛୁରା ମାଡ଼ରେ ସ୍ତ୍ରୀ, ଝିଅ ଗୁରୁତର

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନ୍ୟୁଜ୍): ମଦ ପିଇବାକୁ ଟଙ୍କା ମାଗିଲେ । ନଦେବାରୁ ସ୍ତ୍ରୀ ଓ ଝିଅକୁ ଛୁରା ମାଡ଼ । ଏଭଳି ଅମାନବୀୟ ଘଟଣା ଘଟିଛି ରାୟଗଡା ବ୍ୟାଙ୍କ କଲୋନୀ ଅଞ୍ଚଳରେ । ଛୁରାମାଡ଼ରେ ଗୁରୁତର ଆହତ ହୋଇଥିବା ଏ. ଲିଲା ଓ ତାଙ୍କ ଝିଅ ଏ. ଗାୟତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ କେ. ରଘୁନାଥଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ସହରର ବ୍ୟାଙ୍କ କଲୋନୀରେ ରୁହନ୍ତି ରଘୁନାଥ, ତାଙ୍କ ସ୍ତ୍ରୀ ଲିଲା ଓ ଝିଅ ଗାୟତ୍ରୀ । ଆଜି ଅପରାହ୍ନରେ ମଦ ପିଇବାକୁ ଲିଲା ଓ ଗାୟତ୍ରୀଙ୍କୁ ଟଙ୍କା ମାଗିଥିଲେ ରଘୁନାଥ । ଏହାକୁ ନେଇ ତିନିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରଘୁନାଥ ଏକ ଧାରୁଆ ଛୁରୀରେ ସ୍ତ୍ରୀ ଲିଲା ଓ ଝିଅ ଗାୟତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ମାଆ-ଝିଅଙ୍କ ଚି+ାର ଶୁଣି ପଡ଼ୋଶୀମାନେ ପହଞ୍ଚିଥିଲେ । ଗୁରୁତର ଅବସ୍ଥାରେ ଲିଲା ଓ ଗାୟତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରିବା ସହ ରଘୁନାଥକୁ ଧରିଛି । ପଚରାଉଚରା ବେଳେ ଅଭିଯୁକ୍ତ ରଘୁନାଥ ସ୍ତ୍ରୀ ଲିଲା ଓ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ସ୍ତ୍ରୀ ଲିଲା ଓ ଅନ୍ୟମାନେ ତାଙ୍କୁ ଅପହରଣ ଯୋଜନା କରୁଥିବା ସୂଚନା ପାଇ ଏଭଳି ଆକ୍ରମଣ କିରଥିବା ସେ କହିଛନ୍ତି । ରଘୁନାଥଙ୍କ ବୟାନର ସତ୍ୟତା ତଦନ୍ତ ସାପେକ୍ଷ ଥିବା ବେଳେ ଚିକିତ୍ସା ପରେ ଉଭୟ ଲିଲା ଓ ଗାୟତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons