ମଦ ବିକ୍ରି ବନ୍ଦ ଦାବିରେ ଗ୍ରାମବାସୀ ମେଳି

Get real time updates directly on you device, subscribe now.

ବେଗୁନିଆପଡ଼ା,(ବି.ବି.ନ୍ୟୁଜ୍): କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ମଦ କାରବାର ବନ୍ଦ କରିବା ଦାବି କରିଛନ୍ତି ଅଞ୍ଚଳବାସୀ । ମର୍ଦ୍ଦମେଖ ସରପଞ୍ଚ ହୃଷିକେଶ ମେହେଣାଙ୍କ ନେତୃତ୍ୱରେ ଶତାଧିକ ଲୋକ ଆଜି ଥାନାରେ ପହଞ୍ଚି ଏଏସ୍ଆଇ ଅନିଲ୍ କୁମାର ସାହୁଙ୍କୁ ଭେଟି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୧୫ ଦିନ ଭିତରେ ମଦ ବିକ୍ରି ବନ୍ଦ କରିବାକୁ ପୁଲିସ ପ୍ରତିଶ୍ରୁତି ଦେଇଛି । ପନ୍ଦର ଦିନ ଭିତରେ ମଦ ବିକ୍ରି ବନ୍ଦ ନହେଲେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ କୋଦଳା ରାସ୍ତାରେ ମଦ ବିକ୍ରି ଯୋଗୁଁ ଝିଅ ବୋହୂ ନିରାପଦ ମନେ କରୁନାହାନ୍ତି । ଝିଅମାନେ ଟ୍ୟୁସନ ଯିବା ସୁରକ୍ଷିତ ହୋଇନାହିଁ । ମଦ୍ୟପମାନେ କମେଣ୍ଟ ମାରୁଛନ୍ତି । ଅବାଧ ମଦ ବିକ୍ରି ଯୋଗୁଁ ପରିବାରରେ ଅଶାନ୍ତି, ଅପରାଧୀକ କାର୍ଯ୍ୟ ବୃଦ୍ଧି ପାଉଛି । ଚୋରି, ଡକାୟତି ହେଉଛି । ଗତ ଏକ ବର୍ଷରେ ଡଜନରୁ ଅଧିକ ଡକାୟତି, ହତ୍ୟା, ଆତ୍ମହତ୍ୟା, ପାରିବାରିକ କଳହ ଓ ଦୁର୍ଘଟଣା ଘଟିଛି । ମଦ କାରବାରକୁ ବିରୋଧ କରି କିଛି ମାସ ତଳେ ସୁମଣ୍ଡଳ, ମଠସରସିଂ, ବେରୁଆଁବାଡ଼ି, ମର୍ଦ୍ଦମେଖ ଅଞ୍ଚଳରେ ଆନ୍ଦୋଳନ ହୋଇଛି । ଗ୍ରାମବାସୀ ଥାନାର ଆଶ୍ରୟ ନେଇଛନ୍ତି । କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons