ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଥାନା ଅଞ୍ଚଳର ଏକ ସରକାରୀ ମଦଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ପୁଲିସ ୨ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ କାକିରିଗୁମ୍ମାର ଶିବ ହିଆଲ ଓ ବଡନେର୍କା ଗାଁର କୃଷ୍ଣ ମହାନନ୍ଦିଆ । ଥାନା କେସ ନମ୍ବର ୬୩/୨୧ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉଲ୍ଲାସକୁମାର ରାଉତ କହିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଅଭିଯୁକ୍ତମାନେ କାକିରିଗୁମ୍ମାର ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ମଦଭାଟିକୁ ଯାଇଥିଲେ । ସେଠାରେ ସେମାନେ ଚାନ୍ଦା ମାଗିଥିଲେ । ମାଲିକ ଚାନ୍ଦା ନଦେବାରୁ ଭାଟିର ଜିନିଷପତ୍ର ଭଙ୍ଗାରୁଜା କରିଥିଲେ । ପରେ ମାଲିକଙ୍କ ଅଭିଯୋଗକ୍ରମେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.