ଜୟପୁର,(ବି.ବି.ନୁ୍ୟଜ୍): ସଦର ଥାନା ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢଉରେ ଦେଶୀ ଭାଟି ନଷ୍ଟ କରାଯାଇଛି । କର୍ମଚାରୀମାନେ ଉମୁରୀରେ ଥିବା ଭାଟି ସହ ୬୦୦ ଲିଟର ପୋଚ ଏବଂ ୭୦ ଲିଟର ଦେଶୀ ମଦ ନଷ୍ଟ କରିଛନ୍ତି । ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ନଷ୍ଟ କରାଯାଇଥିବା ଅବକାରୀ ଥାନା ଓଆଇସି ସରୋଜ କୁମାର ପରିଡ଼ା କହିଛନ୍ତି । ଆଜି ପୂର୍ବାହ୍ନରେ ଅବକାରୀ ନିରୀକ୍ଷକ ବିମ୍ବାଧର ପଣ୍ଡାଙ୍କ ନେତୃତ୍ୱରେ ହୋଇଥିଲା ଚଢଉ । ଉମୁରୀ ଏବଂ ମକାପୁଟର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ପୁଲିସକୁ ଦେଖି ମଦ ବେପାରୀମାନେ ଚମ୍ପଟ ମାରିଥିଲେ । ପୁଲିସ ଭାଟି ଭାଙ୍ଗିବା ସହ ପୋଚ ଏବଂ ରନ୍ଧା ମଦ ନଷ୍ଟ କରିଥିଲା । ଡ୍ରମ ସହ ମଦ ରନ୍ଧାରେ ବ୍ୟବହୃତ ଜିନିଷ ଜବତ କରାଯାଇ ଥାନାକୁ ଅଣାଯାଇଥିଲା । ନଷ୍ଟ ମଦର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଚଢଉରେ ଓଆଇସି ଶ୍ରୀ ପରିଡ଼ାଙ୍କ ସହ ସଦର ଥାନା ଏଏସ୍ଆଇ ରମାକାନ୍ତ ହୋତା, ପୁଲିସ ଏବଂ ଅବକାରୀ କମଚାରୀ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.