ମଧ୍ୟପ୍ରଦେଶର ବିଭିନ୍ନ ଜେଲରୁ ମୁକ୍ତ ହେବେ ୮ ହଜାର କଏଦୀ

Get real time updates directly on you device, subscribe now.

ଭୋପାଳ: ମଧ୍ୟପ୍ରଦେଶର ବିଭିନ୍ନ ଜେଲରୁ ୮ ହଜାର କଏଦୀଙ୍କୁ ମୁକ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା ଭାଇରସର ଆତଙ୍କକୁ ଦେଖି ଏହି ପଦକ୍ଷେପ ନିଆଯାଇଥିବା ଜେଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ୮ ହଜାର କଏଦୀଙ୍କ ମଧ୍ୟରୁ ୫ ହଜାର କଏଦୀଙ୍କୁ ୬୦ ଦିନ ପାଇଁ ପାରୋଲେ ପଠାଯାଇଛି । ଏହାସହ ୫ ବର୍ଷରୁ କମ ଦଣ୍ଡ କାଟୁଥିବା ୩ ହଜାର କଏଦୀଙ୍କୁ ୪୫ ଦିନିଆ ଜାମିନ ପ୍ରଦାନ କରାଯାଇଛି । ଏନେଇ ଜେଲ ବିଭାଗର ଡିଜି ସଞ୍ଜୟ ଚୌଧରୀ ସୂଚନା ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ଜେଲରୁ କଏଦୀଙ୍କୁ ଏପରି ଭାବେ ମୁକ୍ତ କରାଯାଉଛି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିକଟରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କଏଦୀଙ୍କ କଥା ବିଚାର କରିବା ପାଇଁ କହିଥିଲେ । ଏହାସହ ଆବଶ୍ୟକ ହେଲେ ମୁକ୍ତ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।
ରାଜ୍ୟର ମୋଟ ୧୨୫ଟି ଜେଲରେ ୨୮୬୦୧ କଏଦୀଙ୍କ ରହିବା ବ୍ୟବସ୍ଥା ଥିବା ବେଳେ ୪୨ ହଜାର କଏଦୀ ସଜ୍ଜା କାଟୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons