ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ଗତକାଲି ମଧ୍ୟପ୍ରଦେଶରୁ ଆସି ପଡେ଼ାଶୀ ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ଦଳ ପୁଣି ଥରେ ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଜଣାଯାଇଛି । ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଛତିଶଗଡ଼ କୋରିଆ ଜିଲ୍ଲାର କୃଷି ଉପନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ଗତକାଲି ମଧ୍ୟପ୍ରଦେଶରୁ ଆସି ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ପହଞ୍ଚିଥିଲେ । ସେମାନେ ନିକଟସ୍ଥ ଗ୍ରାମାଞ୍ଚଳ ଆଡକୁ ମୁହାଁଇବା ଆାଙ୍କା ରହିଥିବାରୁ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଜଙ୍ଗଲ ପାଖ ଗାଁ ଲୋକମାନେ ବାଣ ଫୁଟାଇ ବାଜା ବଜାଇ ଘଉଡ଼ାଇବାକୁ ଚେଷ୍ଟା ଚଳାଇଥିଲେ । ଅପରପକ୍ଷେ ମନ୍ଦିରଗଡ଼ରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଔଷଧ ସିଞ୍ଚନ କାମ ଆରମ୍ଭ କରିଥିଲେ । କୀଟନାଶକ ସିଞ୍ଚନ ପରେ ବହୁ ପରିମାଣରେ ପଙ୍ଗପାଳ ଧ୍ୱଂସ ମଧ୍ୟ ହୋଇଯାଇଥିଲେ । ଏହାପରେ ସେମାନେ ମଧ୍ୟପ୍ରଦେଶ ଆଡ଼କୁ ପଳାଇଥିବା ଜଣାଯାଇଛି । ଏହି ପଙ୍ଗପାଳ ଦଳ ଓଡ଼ିଶରେ ପହଞ୍ଚିଲେ ବହୁ ପରିମାଣର ଫସଲ ନଷ୍ଟ କରିବାର ଆଶଙ୍କା ଥିବାରୁ ରାଜ୍ୟର ଚାଷୀଙ୍କ ଭିତରେ ସତେନ ସୃଷ୍ଟି କରିବା, ପ୍ରତିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିଦେ୍ର୍ଧଶ ଦେଇଛି ।


Comments are closed, but trackbacks and pingbacks are open.