ମଧ୍ୟାହ୍ନ ଭୋଜନ ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ

Get real time updates directly on you device, subscribe now.

ପରଜଙ୍ଗ,(ବି.ବି.ନ୍ୟୁଜ୍): ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ୍ କୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯ ଜଣ ଛାତ୍ରଛାତ୍ରୀ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କୁ ତାଳଚେର ମଣ୍ଡାପାଳସ୍ଥିତ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦୁଇ ଜଣ ଚିକିତ୍ସାଧୀନ ଅଛନ୍ତି ।
ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୮୩ । ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ପରେ ହଠାତ୍ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । କେତେକ ବାନ୍ତି ଥିଲେ । ପ୍ରଧାନ ଶିକ୍ଷକ ପ୍ରମୋଦ ବେହେରା ଓ ସିଆର୍ସିସି ସୁନିଲ ବର୍ମା ଅସୁସ୍ଥ ଛାତ୍ରଛାତ୍ର୍ରୀଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସ୍କୁଲ ତରଫରୁ ତନାଘନା କରାଯିବାରୁ ମଧ୍ୟାହ୍ନ ଭୋଜନ ରୋଷେଇ ଭାତରେ ଏକ ମଲା ବୁଢ଼ିଆଣୀ ପଡ଼ିଥିବା ଦେଖାଯାଇଥିଲା । ଏଥିଯୋଗୁଁ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଆଶଙ୍କା କରାଯାଇଛି ।
ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବ୍ଲକ୍ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଏଭଳି ଘଟଣାର ପୁନରାବୃତ୍ତି ଆଗାମୀ ଦିନରେ ଯେପରି ନହେବ ସେଥିପ୍ରତି ଯତ୍ନବାନ ହେବାକୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା କମିଟିକୁ ତାଗିଦ୍ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons