ମନମୋହନ ସିଂହ ଏମ୍ସରେ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ରବିବାର ଦିଲ୍ଲୀ ଏମ୍ସ (ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)ରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରାତି ୮ଟା ୪୫ରେ ୮୭ ବର୍ଷୀୟ ଡକ୍ଟର ସିଂହଙ୍କୁ ଏମ୍ସର କାର୍ଡିଓ-ଥୋରେସିକ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ତାଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି ଏବଂ ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ୨୦୦୯ରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡକ୍ଟର ରମାକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଡକ୍ଟର ସିଂହଙ୍କ ଅସ୍ତେ୍ରାପଚାର କରିଥିଲେ । ତାଙ୍କ ଠାରେ ରେଡୋ କାର୍ଡିଆକ୍ ବାଇପାସ୍ ସର୍ଜରି କରାଯାଇଥିଲା । ଏହା ପରଠାରୁ ସେ ସ୍ୱାଭାବିକ ତଥା ସୁସ୍ଥ ଜୀବନ ବିତାଉଥିଲେ । ଡକ୍ଟର ସିଂହଙ୍କର ୫ଥର ବାଇପାସ୍ ସର୍ଜରି କରାଯାଇଥିଲା । ୧୯୯୦ରେ ପ୍ରଥମ ବାଇପାସ୍ ସର୍ଜରି ହୋଇଥିଲା । ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ଡକ୍ଟର ସିଂହ ୨୦୦୪-୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଜବାହରଲାଲ ନେହରୁଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଡକ୍ଟର ସିଂହ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ପୁନଃନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons