ମନରଗା କାର୍ୟ୍ୟରେ ଶ୍ରମିକ ବଦଳରେ ମେଶିନ୍ କରୁଛି କାମ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ବିଗତ ବର୍ଷରେ ମନରେଗା କାମ ଜିଲ୍ଲା ପ୍ରଶାସନ ସରକାରଙ୍କ ଠାରୁ ପ୍ରଶଂଶୀତ ହଇଛନ୍ତି । ହେଲେ ଏହାର ବସ୍ତବଚିତ୍ର ପୁରା ଅଲଗା । କରନା ସମୟରେ ଶ୍ରମିକଙ୍କ ହାତକୁ କାମ ଦେବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ହେଇଥିବା ସତ୍ୱେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ମେସିନ ମାଧ୍ୟମରେ କାମ କରାଯାଉଛି ! ଶ୍ରମିକ ନାରେ ଟଙ୍କା ଉଠାଯାଉଛି ! ଫଳରେ ଶ୍ରମିକଙ୍କ ପାଖରେ ଜବକାର୍ଡ ଥାଇ ମଧ୍ୟ କାମ ପାଇପାରୁନାହାନ୍ତି । ହେଲେ ଏଠି ଠିକାଦାର ବିଭାଗୀୟ ଯନ୍ତ୍ରୀ ଓ ରଜଗାର ସେବକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ମେସିନରେ କାମ । ମନେରେଗାରେ ଅଧିକାଂଶ ସ୍ଥାନରେ ମେସିନ ଲାଗିଥିବାରୁ ବିଭିନ୍ନ ପଞ୍ଚାୟତର ଶହ ଶହ ଶ୍ରମିକ ଘରେ ବସି ରହିଥିବା ଏବଂ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଉଥିବା ଦେଖିବାକୁ ମିଳୁଛି । ହେଲେ ସରକାରଙ୍କ ନିର୍ଦ୍ଦେଶ ରହିଛି ସମସ୍ତ କାମର ସୂଚନା ଫଳକ ରହିବା କଥା କିନ୍ତୁ ଗୋଟିଏବି ଜାଗାରେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ । ହେଲେ ଏଠି ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିବାର ଦେଖିବାକୁ ମିଳୁଛି । ଏଭଳି ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡା ପଞ୍ଚାୟତର କୁଜାଜାନୀଗୁଡ଼ାରେ । ମେସିନରେ କାମ ହେଉଥିବା ବିଭାଗୀୟ ଯନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons